Advertisment

ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ସଫେଇ କର୍ମଚାରୀ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁଣି ପଦାରେ ପଡ଼ିଛି ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିଚ୍ର। ‘ମୋ ସରକାର’ ଓ ୫ଟି  ଯୋଜନାକୁ ଉପହାସ କରି ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଛନ୍ତି ସଫେଇ କର୍ମଚାରୀ। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ଏହାର ଭିଡ଼ିଓ ଏବେ ସୋଶାଲ୍‌ ଭାଇରାଲ୍‌ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏହାର […]

author-image
Pradesh Pratyush
ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ସଫେଇ କର୍ମଚାରୀ !

enjection---2

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁଣି ପଦାରେ ପଡ଼ିଛି ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିଚ୍ର। ‘ମୋ ସରକାର’ ଓ ୫ଟି  ଯୋଜନାକୁ ଉପହାସ କରି ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଛନ୍ତି ସଫେଇ କର୍ମଚାରୀ। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ଏହାର ଭିଡ଼ିଓ ଏବେ ସୋଶାଲ୍‌ ଭାଇରାଲ୍‌ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏହାର ସିଧାସଳଖ ଉତ୍ତର ବଦଳରେ ବୁଲେଇ ବଙ୍କେଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମନୋରମା ବେହେରା ନାମକ ଜଣେ ରୋଗୀ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ନର୍ସ ଇଞ୍ଜେକସନ୍‌ ଦେବା ପରିବର୍ତ୍ତେ ଅଟେଣ୍ଡାଣ୍ଟ୍‌ ଦେଇଥିଲେ। ଆଉ ଏହି ସମୟରେ ୱାର୍ଡ ଭିତରେ ନର୍ସ ଟହଲ ମାରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଏହି ଘଟଣା ନିର୍ଦ୍ଦିଷ୍ଟ କେଉଁଦିନ ଘଟିଛି, ତାହା ଜଣାପଡ଼ିନି। ତଥାପି ଆଜକୁ ୨ରୁ ୩ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି।

ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକ୍‌ସନ୍‌ ଦେବାର ଭିଡିଓ ଭାଇରାଲ୍‌ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ସଙ୍କଳ୍ପ କେଶରୀ ଭୋଳ କହିଛନ୍ତି, କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାର ତଦନ୍ତ ହେବ। ଷ୍ଟାଫ୍‌ନର୍ସ ହିଁ ଇଞ୍ଜେକ୍‌ସନ ଦେବାକଥା।

Advertisment

ସେ କହିଛନ୍ତି-“ମେଡିକାଲରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ୧୩୦ ସ୍ଥାନରେ ମାତ୍ର ୩୦ ଜଣ କାମ କରୁଛନ୍ତି। ୫୬ ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୨୮ ଜଣ କାର୍ଯ୍ୟରତ ଅଛନ୍ତି। ସେଥିପାଇଁ ସମସ୍ତଙ୍କ ଉପରେ କାମ ଚାପ ରହୁଛି। ସେଥିରେ ଆମେ ମ୍ୟାନେଜ କରୁଛୁ।

Advertisment
Advertisment