Advertisment

ହଠାତ୍ ମାଡ଼ି ଆସିଲା ଜୁଆର, ଫସିଗଲା ଡମ୍ପର

ବାରିପଦା: ଜୁଆରରେ ବୁଡ଼ି ଯାଇଛି ଡମ୍ପର। ବାଲେଶ୍ୱର ସୀମାବର୍ତ୍ତି ଦୀଘା ସମୁଦ୍ର କୂଳରେ ଜୁଆର ଆସିବା ପରେ ଏପରି ଘଟଣା ଘଟିଛି। ଗତକାଲି ଦୀଘା ସମୁଦ୍ରକୂଳରେ ପଥର ବନ୍ଧ ପାଇଁ ଯାଇଥିଲା ୫ଟି ଡମ୍ପର। ତେବେ ବନ୍ଧ ମରାମତି କାମ ଚାଲିବା ବେଳେ ହଠାତ୍ ସମୁଦ୍ରରେ ଜୁଆର ଆସିଥିଲା। ଯାହାପରେ ବାଲିରେ ଧସି ଯାଇଥିଲା ଡମ୍ପର। ପାଣିର ପରିମାଣ ବଢ଼ିବା ପରେ ଏହାକୁ ଉଦ୍ଧାର କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଗୋଟିଏ ଡମ୍ପର ଉଦ୍ଧାର କରାଯାଇଥିବା ବେଳେ […]

author-image
Ranjeet Kumar Jena
ହଠାତ୍ ମାଡ଼ି ଆସିଲା ଜୁଆର, ଫସିଗଲା ଡମ୍ପର

dumper

ବାରିପଦା: ଜୁଆରରେ ବୁଡ଼ି ଯାଇଛି ଡମ୍ପର। ବାଲେଶ୍ୱର ସୀମାବର୍ତ୍ତି ଦୀଘା ସମୁଦ୍ର କୂଳରେ ଜୁଆର ଆସିବା ପରେ ଏପରି ଘଟଣା ଘଟିଛି। ଗତକାଲି ଦୀଘା ସମୁଦ୍ରକୂଳରେ ପଥର ବନ୍ଧ ପାଇଁ ଯାଇଥିଲା ୫ଟି ଡମ୍ପର।

Advertisment

ତେବେ ବନ୍ଧ ମରାମତି କାମ ଚାଲିବା ବେଳେ ହଠାତ୍ ସମୁଦ୍ରରେ ଜୁଆର ଆସିଥିଲା। ଯାହାପରେ ବାଲିରେ ଧସି ଯାଇଥିଲା ଡମ୍ପର। ପାଣିର ପରିମାଣ ବଢ଼ିବା ପରେ ଏହାକୁ ଉଦ୍ଧାର କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଗୋଟିଏ ଡମ୍ପର ଉଦ୍ଧାର କରାଯାଇଥିବା ବେଳେ ଏବେ ବି ପାଣିରେ ବୁଡ଼ି ରହିଛି ଅନ୍ୟ ୪ଟି ଡମ୍ପର।

ଯେହେତୁ ସମୁଦ୍ରରେ ଜୁଆର ଅଛି, ତେଣୁ ଜୁଆର ଛାଡ଼ିବା ପରେ ହିଁ ଡମ୍ପରକୁ ଉଦ୍ଧାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

Advertisment
Advertisment
Advertisment