Advertisment

ପରୀ ହତ୍ୟା ଘଟଣା ପ୍ରସଙ୍ଗ; ପଦାରେ ପଡ଼ିଲା କଂଗ୍ରେସର ମତଭେଦ

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ତେଜୁଛି। ଏପରିକି  ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ମତଭେଦ ପଦାରେ ପଡ଼ିଛି । କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ଭିନ୍ନମତ ଦେଇଛନ୍ତି ସୁର ରାଉତରାୟ। ପରୀ ହତ୍ୟା ଘଟଣାର ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ […]

author-image
Minati Mishra
ଅଦ୍ୟତନ ହୋଇଛି
ପରୀ ହତ୍ୟା ଘଟଣା ପ୍ରସଙ୍ଗ; ପଦାରେ ପଡ଼ିଲା କଂଗ୍ରେସର ମତଭେଦ

sura rautray

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ତେଜୁଛି। ଏପରିକି  ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ମତଭେଦ ପଦାରେ ପଡ଼ିଛି । କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ଭିନ୍ନମତ ଦେଇଛନ୍ତି ସୁର ରାଉତରାୟ।
ପରୀ ହତ୍ୟା ଘଟଣାର ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ ହେବା କଥା କହିଲେ ସରକାର।  ନରସିଂହ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା। ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ।‘

Advertisment

ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

ସୁର ଆହୁରି କହିଛନ୍ତି, ‘ପିସିସି ସଭାପତି କହିଥିଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବାକୁ। ନରସିଂହ-ନିରଞ୍ଜନ କଥାହେଲେ, ଆମକୁ ଓହରିଯିବାକୁ କହିଲେ। ହେଲେ ଏସ୍ଆଇଟି ତଦନ୍ତରେ ମୁଁ ଖୁସି ନୁହେଁ। ‘

ପରୀ ହତ୍ୟା ଘଟଣାକୁ ନେଇ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ସୁର ରାଉତରାୟ।

Advertisment
Advertisment