Advertisment

ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭକ୍ତଙ୍କ ଡାକ ଶୁଣିଛନ୍ତି ଚକାଡୋଳା। ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି, ଆସନ୍ତାକାଲି ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଛି। ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ, କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ହେବ ବୋଲି କହିଛନ୍ତି। ଏହି ସମସ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟରେ ହୋଇଥିଲା। ରଥଯାତ୍ରା […]

author-image
Minati Mishra
ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ଅନୁମତି ଦେଲେ ସୁପ୍ରିମକୋର୍ଟ

odisha

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭକ୍ତଙ୍କ ଡାକ ଶୁଣିଛନ୍ତି ଚକାଡୋଳା। ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି, ଆସନ୍ତାକାଲି ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଛି। ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ, କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ହେବ ବୋଲି କହିଛନ୍ତି।

Advertisment

ଏହି ସମସ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟରେ ହୋଇଥିଲା। ରଥଯାତ୍ରା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସମ୍ମତି ପରେ ୩ ଜଣିଆ ଖଣ୍ଡପୀଠକୁ ଗଲା ପୁରୀ ରଥଯାତ୍ରା ମାମଲା, ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରକାଶ କଲେ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍. ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ(ଦିନେଶ ମାହେଶ୍ୱରୀ, ଏ.ଏସ୍ ବୋପାନ୍ନା) ଏହି ମାମଲାର ଶୁଣାଣି କରିଥିଲେ।

୩ ଜଣିଆ ଖଣ୍ଡପୀଠ ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଶଙ୍କରାଚାର୍ଯ୍ୟଙ୍କ ପ୍ରସଙ୍ଗ ଉଠିଥିଲା। କାହିଁକି ଶଙ୍କରାଚାର୍ଯ୍ୟ ସାମ୍ନାକୁ ଆସିଲେ ବୋଲି କହିଲେ CJI ଏସ୍‌.ଏ ବୋବଡେ? କଣ ହେବ, କଣ ନହେବ ବିଚାର କ୍ଷମତା ଶଙ୍କରାଚାର୍ଯ୍ୟଙ୍କର ରହିଛି କହିଲେ ସଲିସେଟର ଜେନେରାଲ୍‌। ଶଙ୍କରାଚାର୍ଯ୍ୟଙ୍କୁ ସାମ୍ନାକୁ ଅଣାଯିବା କଥା ନୁହେଁ କହିଲେ CJI।

Advertisment

ରଥ ପାଇଁ ସୁପ୍ରିମକୋର୍ଟରେ ଲଢୁଥିଲେ ବହୁ ବରିଷ୍ଠ ଆଇନଜୀବୀ। ରଥ ସପକ୍ଷରେ ଲଢୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା; ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ, ମୋହନ ପରାସରନ, ରଂଜିତ କୁମାର, ମନିନ୍ଦର ସିଂହ ବି ସପକ୍ଷରେ ଲଢୁଥିଲେ।

ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଖାଦେଇଥିଲେ। ଏହାପରେ ରଥଯାତ୍ରା ପାଇଁ ପୁଣି ବିଭିନ୍ନ ବ୍ୟକ୍ତିବିଶେଷ, ଧର୍ମାନୁଷ୍ଠାନ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ୧୫ରୁ ଅଧିକ ପିଟିସନ। ପକ୍ଷଭୁକ୍ତ ଆବେଦନକାରୀମାନେ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ।  ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ପିଟିସନରେ ଦର୍ଶାଇଥିଲେ।

ସେହିପରି  ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ କୋର୍ଟରେ ପିଟିସନ ଦାୟର ହୋଇଥିଲା। ଅନ୍ୟପଟେ ଅଧ୍ୟାଦେଶ ଆଣି ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାର ଲକ୍ଷ୍ମୀଧର ବିଶ୍ୱାଳ। ସେ ତାମିଲନାଡ଼ୁ ସରକାର ଜାଲିକାଟ୍ଟୁ ପାଇଁ ଆଣିଥିବା ଅଧ୍ୟାଦେଶର ଉଦାହରଣ ଦେଇଥିଲେ।

ଅନ୍ୟପକ୍ଷେ ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଦଇତାପତି ନିଯୋଗ ଯାଇଥିଲେ। କୋର୍ଟ ଦେଇଥିବା ରାୟ ଉପରେ ମୋଡିଫିକେସନ ପାଇଁ ନିଯୋଗ ଆବେଦନ କରିଥିଲେ।   ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ପୁଣି ପିଟିସନ ଦାଖଲ ହୋଇଥିଲା। ନିର୍ଦ୍ଦେଶର ପୁନର୍ବିଚାର ଲାଗି ପିଟିସନରେ ମହାସଂଘର ଆବେଦନ କରିଥିଲା।

ଶେଷରେ ଏହି ମାମଲାରେ ରାଜ୍ୟ ସରକାର ମଧ୍ୟ ପକ୍ଷଭୁକ୍ତ ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ସତ୍ୟପାଠ ଦାଖଲ କରିଥିଲେ। ସେ କେବଳ ପୁରୀରେ ରଥଯାତ୍ରା ପାଇଁ ସତ୍ୟପାଠ ଦାଖଲ କରିଥିଲେ। ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ ରହିଥିଲା। କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା କରିବା ସପକ୍ଷରେ ଥିଲେ।

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
Advertisment
Advertisment