Advertisment

କାଲି ସୁପ୍ରିମ୍‌କୋର୍ଟରେ 'କୋଟିଆ' ଶୁଣାଣି

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରିବାକୁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର […]

କାଲି ସୁପ୍ରିମ୍‌କୋର୍ଟରେ 'କୋଟିଆ' ଶୁଣାଣି

supreme court

Advertisment

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରିବାକୁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ପିଟିସନ ଦାୟର କରାଯାଇଥିଲା। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଟିସନ ଦାୟର ହୋଇଥିଲା।

Advertisment

ସେହିପରି କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବିକାଶ ପରିଷଦ ଆବେଦନ କରିଛି। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ବରିଷ୍ଠ ଆଇନ୍‌ଜୀବୀ ଗୋପାଳ ପ୍ରସାଦ ଜେନାଙ୍କ କହିବାନୁସାରେ ୧୯୩୬ରେ ଓଡ଼ିଶା ସରକାର ଗଠନ କରାଗଲା, ସେତେବେଳେ ଜାଗା ବି ଚିହ୍ନଟ (ଡିମାର୍କେସନ୍‌) ହୋଇଥିଲା। ୧୯୫୫ରେ ଯେତେବେଳେ ଆନ୍ଧ୍ର ପ୍ରଦେଶ ଗଠନ କରାଗଲା, ସେତେବେଳେ ବି ଏହାର ପରିସୀମା ଚିହ୍ନଟ ହୋଇଥିଲା। ୧୯୬୮ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ଡିମାର୍କେସନ୍‌ (ସୀମା ଚିହ୍ନଟ) ହୋଇଥିଲା।  ତଥାପି ଆନ୍ଧ୍ର ମାଡ଼ିଆସୁଛି। ଓଡ଼ିଶା ସରକାର କରୁଛି କଣ? ଯେଉଁ ସମ୍ପତ୍ତି ଉପରେ ଆନ୍ଧ୍ର ମାଡ଼ି ଆସିଛି, ତାକୁ ତୁରନ୍ତ ସୁରକ୍ଷା ଦିଆଯାଉ ଓ ନିର୍ବାଚନକୁ ବନ୍ଦ କରାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟରେ ଜଣାଇଛୁ।

Advertisment
ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି। ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାରୁ ନିର୍ବାଚନ ହୋଇପାରିବ। ଓଡ଼ିଶା ସରକାର ଆନ୍ଧ୍ରର ଅଧିକାର ଛଡ଼ାଇବାକୁ ଚେଷ୍ଟା କରୁଛି। ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଆନ୍ଧ୍ର ରାଜ୍ୟପାଳ ଆଲୋଚନା କରନ୍ତୁ। ଉଭୟ ମୁଖ୍ୟମନ୍ତ୍ରୀ ଏକାଠି ବସି ମାମଲାର ସମାଧାନ କରିବା ଉଚିତ। ସେଠାକାର ଅଧିବାସୀ ବହୁତ ଭାଗ୍ୟବାନ। ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁବିଧା ପାଉଛନ୍ତି।
-ରାଜାନ୍ନା ଦୋରା, ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ (OTVକୁ ଦେଇଥିବା ପ୍ରତିକ୍ରିୟା)
Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ