Advertisment

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା : ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ। ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାର ମା ସୌଦାମିନି ସାହୁ। ମାମଲାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। #ପରୀ_ମାମଲା #ରାଜ୍ୟକୁ_୪_ସପ୍ତାହ […]

author-image
Prangyan Parimita
ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା : ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

supreme-court

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ। ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାର ମା ସୌଦାମିନି ସାହୁ। ମାମଲାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ।

Advertisment

ଜାନୁଆରୀ ୧୩ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇ ଓ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଥିଲେ । ସେପଟେ ଗତ ୧୮ ତାରିଖରେ ହତ୍ୟାକରୀ, ନାବାଳିକାକୁ ହତ୍ୟା କରିଥିବା ନେଇ ନିଜ ସ୍ୱୀକାରୋକ୍ତି କରିଥିଲା। କେମିତି ‘ନାବାଳିକାକୁ’ ହତ୍ୟା କରିଥିଲା ଏ‍ଂ କେମିତି ମୃତଦେହ ଲୁଚାଇବାକୁ ଷଡ଼ଯନ୍ତ୍ର ରଚିଥିଲା ସବୁ କଥା ନିଜେ ଅଭିଯୁକ୍ତ ସତ ମାନିଥିଲା । ପରୀକୁ ତଳେ ପକାଇ କୁନି ଝିଅର ତଣ୍ଟି ଚିପି ମାରିବା ସହ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୂରାଇ ବାଡ଼ି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡ଼ି ଦେଇଥିବା କଥା ମଧ୍ୟ କହିଥିଲା  ।

Advertisment
Pari Murder Case
Advertisment
Advertisment