Advertisment

ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣଙ୍କର  କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଥିଲେ । ଜିଲ୍ଲାପାଳ ଆସିବା ଖବର ଶୁଣି ଗାଁ ଲୋକେ ତାଙ୍କ ପାଇଁ ଚେୟାର ଓ ନିଜ ପାଇଁ ଦରିର ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲାପାଳ ଚେୟାରରେ ବସିନଥିଲେ। […]

author-image
Pradesh Pratyush
ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

collector

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣଙ୍କର  କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଥିଲେ ।

Advertisment
ଜିଲ୍ଲାପାଳ ଆସିବା ଖବର ଶୁଣି ଗାଁ ଲୋକେ ତାଙ୍କ ପାଇଁ ଚେୟାର ଓ ନିଜ ପାଇଁ ଦରିର ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲାପାଳ ଚେୟାରରେ ବସିନଥିଲେ। ତଳେ ବିଛା ଯାଇଥିବା  ଦରିରେ ଗାଁ ଲୋକଙ୍କ ସହ ଏକାଠି ବସିଥିଲେ।

ଏକଦମ୍‌ ନିଆରା ଅଥଚ ସାଧାରଣ ଲୋକଙ୍କ ସହ ଦରି ଉପରେ ବସିବା ପରେ ହିଁ ଆରମ୍ଭ ହୋଇଥିଲା ସମସ୍ୟାର ଶୁଣାଣି। ସାମରା ବସ୍ତିର ରାସ୍ତା , ପାନୀୟ ଜଳ , କଲ୍ୟାଣ ମଣ୍ଡପ , ଅଙ୍ଗନବାଡି ଓ ମଶାଣି ପରି ୫ଟି ସମସ୍ୟାର ଉନ୍ନତିକରଣ ପାଇଁ ଆଲୋଚନା ହୋଇଥିଲା ଏବଂ ଏସବୁ ସମସ୍ୟାର ଶୀଘ୍ର ସମାଧାନ କରିବେ ବୋଲି ଜିଲ୍ଲାପାଳ ତତ୍‌କ୍ଷଣାତ୍‌ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କର ଏପରି କାର୍ଯ୍ୟକୁ ଗାଁ ଲୋକେ ବେଶ୍‌ ପସନ୍ଦ କରିବା ସହ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Advertisment
Advertisment
Advertisment