Advertisment

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦମ୍ୟ

ଭଦ୍ରକ: ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଭଦ୍ରକ ଜିଲ୍ଲା ନାୟକାଣିଡିହି କାଳୀଦାସପୁର ଗାଁରେ ଥିବା ଏକ ପାଣି ଟାଙ୍କି ଶିଡ଼ି ଦେଇ ଜଣେ ବ୍ୟକ୍ତି ଉପରକୁ ଉଠିଯାଇଥିଲେ। ଗାଁଲୋକେ ଦେଖି ଅଗ୍ନିଶମ ବିଭାଗ, ପୋଲିସକୁ ଖବର ଦେବାପରେ ସେମାନେ ଘଟଣାସ୍ଥଳରେ ପହଂଚି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ସୋର ଥାନା ଅଂଚଳରେ।  ତାଙ୍କ ନାଁ ଶିବ […]

author-image
Mahasweta Baral
ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦମ୍ୟ

truck

ଭଦ୍ରକ: ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଭଦ୍ରକ ଜିଲ୍ଲା ନାୟକାଣିଡିହି କାଳୀଦାସପୁର ଗାଁରେ ଥିବା ଏକ ପାଣି ଟାଙ୍କି ଶିଡ଼ି ଦେଇ ଜଣେ ବ୍ୟକ୍ତି ଉପରକୁ ଉଠିଯାଇଥିଲେ।

Advertisment

ଗାଁଲୋକେ ଦେଖି ଅଗ୍ନିଶମ ବିଭାଗ, ପୋଲିସକୁ ଖବର ଦେବାପରେ ସେମାନେ ଘଟଣାସ୍ଥଳରେ ପହଂଚି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ସୋର ଥାନା ଅଂଚଳରେ।  ତାଙ୍କ ନାଁ ଶିବ ପ୍ରସାଦ ମଳିକ।

ଶିବ ବାଲିମେଦ ଅଂଚଳରେ ଦୀର୍ଘଦିନ ହେଲା ଟ୍ରକ୍‌ ଚଳାଉଥିଲେ। ତେବେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଟାଙ୍କି ଉପରୁ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ତାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଘରେ ନେଇ ଛଡ଼ାଯାଇଥିଲା।

Advertisment

Advertisment
Advertisment