Advertisment

ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର  : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବାଲେଶ୍ୱର ଚାନ୍ଦିପୁରରୁ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ର ସଫଳ ଉତ୍‌କ୍ଷେପଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ସନ୍ଧ୍ୟା ୭ଟା ୪୮ ମିନିଟ୍‌ରେ ଉତ୍‌କ୍ଷେପଣ ହୋଇଛି। ପୃଥ୍ୱୀ-୨ର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ତା’ସହ ୫୦୦ରୁ ୧୦୦୦ କେଜି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ୧୯୯୬ ମସିହାରେ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପ୍ରଥମେ ପରୀକ୍ଷା କରାଯାଇଥିଲା। ସେତେବେଳେ ଏହାର […]

author-image
Pradesh Pratyush
ପୃଥ୍ୱୀ-୨ର ସଫଳ ପରୀକ୍ଷଣ

puthri

ବାଲେଶ୍ୱର  : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବାଲେଶ୍ୱର ଚାନ୍ଦିପୁରରୁ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ର ସଫଳ ଉତ୍‌କ୍ଷେପଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ସନ୍ଧ୍ୟା ୭ଟା ୪୮ ମିନିଟ୍‌ରେ ଉତ୍‌କ୍ଷେପଣ ହୋଇଛି। ପୃଥ୍ୱୀ-୨ର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ତା’ସହ ୫୦୦ରୁ ୧୦୦୦ କେଜି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।

Advertisment

୧୯୯୬ ମସିହାରେ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପ୍ରଥମେ ପରୀକ୍ଷା କରାଯାଇଥିଲା। ସେତେବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ଥିଲା ୨୫୦ କିଲୋମିଟର। ଏହାକୁ ଭାରତୀୟ ବାୟୁସେନାରେ ୧୯୯୯ ମସିହାରେ ସାମିଲ କରାଯାଇଥିଲା। ୨୦୦୨ ମସିହାରୁ ଭାରତୀୟ ସ୍ଥଳସେନା ଏହି କ୍ଷେପଣାସ୍ତ୍ରକୁ ବାୟୁସେନାର ସହାୟତାରେ ବ୍ୟବହାର କରିଆସୁଛି। ତେବେ ଏହି କ୍ଷେପଣାସ୍ତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯାଇ ଏହାର ଲକ୍ଷ୍ୟଭେଦକୁ ୩୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Advertisment
Advertisment