Advertisment

ସ୍କୁଲ୍‌ରେ ଛାତ୍ରୀଙ୍କର ହେଲା ଝଗଡ଼ା, ପ୍ରତିଶୋଧ ନେଲେ ଅଭିଭାବକ

ଭଦ୍ରକ : ସ୍କୁଲରେ ଦୁଇ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ପ୍ରତିଶୋଧ ପରାୟଣ ହେଲେ ଅଭିଭାବକ । ତାଙ୍କ ଝିଅ ସହିତ ଝଗଡ଼ା କରିଥିବା ଅନ୍ୟ ଛାତ୍ରୀଙ୍କୁ ସେହି ଅଭିଭାବକ କିଛି ରାସାୟନିକ ପାଉଡର ଫିଙ୍ଗିବାରୁ ଦୁଇ ଜଣ ଛାତ୍ରୀ ଅଚେତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀର ସ୍ମୃତିପ୍ରିୟା ସାହୁ ଓ ଦଶମ ଶ୍ରେଣୀର ସୁସ୍ମିତା ସାହୁ । ସେମାନଙ୍କୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି […]

author-image
Pradesh Pratyush
ସ୍କୁଲ୍‌ରେ ଛାତ୍ରୀଙ୍କର ହେଲା ଝଗଡ଼ା, ପ୍ରତିଶୋଧ ନେଲେ ଅଭିଭାବକ

sudent --2

ଭଦ୍ରକ : ସ୍କୁଲରେ ଦୁଇ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ପ୍ରତିଶୋଧ ପରାୟଣ ହେଲେ ଅଭିଭାବକ । ତାଙ୍କ ଝିଅ ସହିତ ଝଗଡ଼ା କରିଥିବା ଅନ୍ୟ ଛାତ୍ରୀଙ୍କୁ ସେହି ଅଭିଭାବକ କିଛି ରାସାୟନିକ ପାଉଡର ଫିଙ୍ଗିବାରୁ ଦୁଇ ଜଣ ଛାତ୍ରୀ ଅଚେତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀର ସ୍ମୃତିପ୍ରିୟା ସାହୁ ଓ ଦଶମ ଶ୍ରେଣୀର ସୁସ୍ମିତା ସାହୁ । ସେମାନଙ୍କୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

publive-imageଅଭିଯୁକ୍ତ ନନ୍ଦକିଶୋର ଦାସଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ।  ସୂଚନା ଅନୁସାରେ ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ନନ୍ଦକିଶୋରଙ୍କ ଝିଅ ସହିତ ଅନ୍ୟ ଏକ ଝିଅର ଝଗଡ଼ା ହୋଇଥିଲା। ଏହାକୁ ନେଇ ପ୍ରତିଶୋଧ ପରାୟଣରେ ନନ୍ଦକିଶୋର ଦୁଇ ଛାତ୍ରୀଙ୍କ ଉପରକୁ ରାସାୟନିକ ପାଉଡର ଫିଙ୍ଗିଥିଲେ ।

Advertisment
Advertisment