/odishatv-khabar/media/post_attachments/uploadimage/library/16_9/16_9_0/std-1_1626688033.jpg)
std
ସାଲେପୁର (ମନୋଜ ଆଚାର୍ଯ୍ୟ):ପୋଲ ଉପରୁ ନଦୀକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ବରପଡ଼ା ନିକଟରେ ।
Advertisment
ସୂଚନା ମୁତାବକ, ବରପଡ଼ା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ଉକ୍ତ ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ଦୁଇରେ ପାଠ ପଢୁଥିଲେ। ତେବେ ସେ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀ ମାନେ ତାଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି। ତେବେ କାହିଁକି ଛାତ୍ରୀ ଜଣଙ୍କ ପାଣିକୁ ଡେଇଁଲେ,ଏନେଇ କିଛି ଜଣାପଡ଼ିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)