Advertisment

ପରୀକ୍ଷା ଚିନ୍ତାରେ ଛାତ୍ରୀଙ୍କ ଆତ୍ମହତ୍ୟା

ବାରିପଦା: ମେଡିକାଲ ଏଣ୍ଟ୍ରାନ୍ସ ଚିନ୍ତାରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦା ସହରର ବୁଢ଼ୀଖମାରି ସାହିରୁ। ମୃତକ ହଲେ ବୁଢୀଖମାରୀ ସାହିର ଉପାସନା ସାହୁ। ପରିବାର ଲୋକଙ୍କ କହିବାନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିବାବେଳେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ ମଧ୍ୟ ହୋଇଛି। […]

author-image
Ranjeet Kumar Jena
ପରୀକ୍ଷା ଚିନ୍ତାରେ ଛାତ୍ରୀଙ୍କ ଆତ୍ମହତ୍ୟା

SUISIDE

ବାରିପଦା: ମେଡିକାଲ ଏଣ୍ଟ୍ରାନ୍ସ ଚିନ୍ତାରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦା ସହରର ବୁଢ଼ୀଖମାରି ସାହିରୁ। ମୃତକ ହଲେ ବୁଢୀଖମାରୀ ସାହିର ଉପାସନା ସାହୁ। ପରିବାର ଲୋକଙ୍କ କହିବାନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିବାବେଳେ ଆତ୍ମହତ୍ୟା କରିଛନ୍ତି।

Advertisment

ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ ମଧ୍ୟ ହୋଇଛି। ଏହି ନୋଟରେ ମେଡିକାଲ ଏଣ୍ଟ୍ରାନ୍ସକୁ ନେଇ ଉପାସନା ଚାପଗ୍ରସ୍ତ ଥିବା ଉଲ୍ଲେଖ ରହିଛି।

ଗତ ୨ବର୍ଷ ଧରି କୋଟା ସହରରେ ମେଡିକାଲ କୋଚିଂ ନେଉଥିଲେ ଉପାସନା। ହେଲେ ପୂର୍ବ ବର୍ଷ ପରୀକ୍ଷାରେ ଖରାପ ହୋଇଥିବା ବେଳେ ଏଥର କରୋନା ଯୋଗୁଁ ନିଜ ଘରେ ରହି ମେଡିକାଲ ଏଣ୍ଟ୍ରାନସ୍ ପାଇଁ ପ୍ରସ୍ତୁତ ହେଉଥିଲେ। ଏପଟେ ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନି।

Advertisment

ସେହିଭଳି ତାମିଲନାଡୁରେ ମଧ୍ୟ ୨ ଜଣ ପରୀକ୍ଷାର୍ଥୀ NEETର ଦିନକ ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ମଦୁରାଇର ଜଣେ ୧୯ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷା ଚାପ ସହି ନ ପାରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ନିଜ ସୁଇସାଇଡ୍ ନୋଟରେ ଲେଖିଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଏହି ଛାତ୍ରୀଜଣକ ଗତବର୍ଷ NEETରେ ପାସ୍ କରିଥିଲେ ହେଁ ୱେଟିଂଲିଷ୍ଟରେ ଥିଲେ। ସେହିପରି ଧର୍ମପୁରୀର ଜଣେ ବ୍ୟବସାୟୀଙ୍କ ପୁତ୍ର ମଧ୍ୟ ଆତ୍ମହତ୍ୟା କରିଛନ୍ତି। ସେ ଗତବର୍ଷ ନିଟ୍ ଦେଇଥିଲେ ହେଁ ସଫଳ ହୋଇ ପାରି ନ ଥିଲେ।

Advertisment
Advertisment