/odishatv-khabar/media/post_attachments/uploadimage/library/16_9/16_9_0/strike-in-raourkela_1626689297.jpg)
strike in raourkela
ରାଉରକେଲା : ଗୋଟିଏ ବାଇକ୍କୁ ଠେଲିଲେ ୧୦ ଟଙ୍କା । ଏମିତି ଏକ ଦୃଶ୍ୟ ହେଉଛି ଦେଖିବାକୁ ମିଳିଛି ରାଉରକେଲାର । ବନ୍ଦର ପ୍ରଭାବ ପରେ ପ୍ଲାଣ୍ଟ କର୍ମଚାରୀ ଏଭଳି ଅଭିନବ ପ୍ରୟାସ କରିଛନ୍ତି । ମୁଖ୍ୟ ରାସ୍ତାରେ ବନ୍ଦ ପାଳନ ଚାଲିଥିବାବେଳେ ପ୍ଲାଣ୍ଟର କର୍ମଚାରୀମାନେ ଗାନ୍ଧି ରୋଡ଼ ନିକଟରେ ରିଙ୍ଗ ରୋଡ଼ ରେଳ ବ୍ରିଜକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାକୁ ବାଛି ନେଇଥିଲେ। ଆଉ ସଂଯୋଗକାରୀ ରାସ୍ତା ବହୁତ ଉଠାଣି ଥିବାରୁ ଗାନ୍ଧୀ ରୋଡ଼ ବସ୍ତିର ଛୋଟ ଛୋଟ ପିଲାମାନେ ବାଇକ୍କୁ ଠେଲି ଠେଲି ରୋଡ଼କୁ ଆଣିବାରେ ସାହାଯ୍ୟ କରୁଥିଲେ ।
Advertisment
ଅବଶ୍ୟ ସେଥିଲାଗି ଗୋଟିଏ ବାଇକ୍ ପିଛା ୧୦ଟଙ୍କା ନେଉଥିଲେ । ହେଲେ ଲୋକମାନେ ଖୁସିରେ ଟଙ୍କା ଦେଉଥିବା ଦେଖିବାକୁ ମିଳିଛି । ରାଉରକେଲା ବିଶ୍ରା ଛକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ବେଳେ ରିଙ୍ଗ ରୋଡ଼ ଅବରୋଧ କରାଯାଇଥିବା ବେଳେ ସେକ୍ଟର ଅଞ୍ଚଳକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)