/odishatv-khabar/media/post_attachments/uploadimage/library/16_9/16_9_0/traf_1626685955.jpg)
traf
ଭୁବନେଶ୍ୱର : “ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଡିସେମ୍ୱର ପହିଲାରୁ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ। ପୁଣି ଗାଡ଼ିର କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହେବ।” ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍ ନିୟମକୁ ଓଡ଼ିଶା ଲାଗୁ କରିଥିଲା। ନିୟମ ଖିଲାପ କରିଥିବା ଗାଡ଼ି ଚାଳକଙ୍କୁ ପୁଲିସ ଓ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଏପରିକି ଜୋରିମାନା ମଧ୍ୟ କରିଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଗାଡ଼ି ଚାଳକ ଓ ସାଧାରଣ ଜନତା। ଦୁର୍ବଳ ଭିତ୍ତିଭୂମି ଉପରେ ଛିଡ଼ା ହୋଇଥିବା ଏହି ବ୍ୟବସ୍ଥାକୁ ସବୁଠି ବିରୋଧ କରାଯାଇଥିଲା। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଡ଼ି ଯାଞ୍ଚକୁ କୋହଳ କରିଥିଲେ। ତିନି ମାସ ଭିତରେ ଗାଡ଼ିର ସମସ୍ତ କାଗଜପତ୍ର ପ୍ରସ୍ତୁତି କରିନେବାକୁ ପରାମର୍ଶ ଦିଆଯାଇଥିଲା। ଲୋକଙ୍କ ଆବଶ୍ୟକତା ଦେଖି ଅତିରିକ୍ତ ଆର୍ଟିଓ ଅଫିସ୍ ଖୋଲିଥିଲା ପରିବହନ ବିଭାଗ। ଏହା ସତ୍ତ୍ୱେ ଆର୍ଟିଓ ଅଫିସ୍ରେ ଭିଡ଼ କମିବାର ନାଁ ଧରୁନି। ଭୁବନେଶ୍ୱରରୁ ବାଲେଶ୍ୱର ଓ ବ୍ରହ୍ମପୁରରୁ ଭଦ୍ରକ ଯୁଆଡ଼େ ଦେଖିବେ ସବୁ ପରିବହନ ବିଭାଗ କାର୍ଯ୍ୟାଳୟରେ ଲାଗିଛି ପ୍ରବଳ ଗହଳି। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ ପାଇଁ ଲୋକେ ଲମ୍ୱା ଲାଇନ୍ରେ ଛିଡ଼ା ହୋଇଛନ୍ତି।
ସେପଟେ ବାଲେଶ୍ୱର ଜିଲ୍ଲାରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଉଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଉଲ୍ଲଂଘନକାରୀଙ୍କ ପାଇଁ କଣ କଣ ଫାଇନ ବ୍ୟବସ୍ଥା ଅଛି, ଉକ୍ତ ସାଇନ୍ବୋର୍ଡରେ ଲେଖାଯାଇଛି। ତାହା ସତ୍ତ୍ୱେ ରାସ୍ତାରେ ଅଧିକାଂଶଙ୍କ ମୁଣ୍ଡରେ ହେଲ୍ମେଟ୍ ନଥିବା ଦେଖିବାକୁ ମିଳିଛି।
ଡିସେମ୍ବର ୧ରୁ ରାଜ୍ୟରେ ପୁଣି ଲାଗୁ ହେବ ନୂଆ ମୋଟରଯାନ ଆଇନ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ ପୂର୍ବ ଘୋଷଣା ଅନୁଯାୟୀ ଡେଡ୍ଲାଇନ୍ ସରିବା କ୍ଷଣି ନିୟମ କଡ଼ାକଡ଼ି ଲାଗୁହେବ। #MotorVehiclesAct2019#NewTrafficRulespic.twitter.com/wwWnQDfL0z
— ଓଟିଭି (@otvkhabar) November 26, 2019
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)