Advertisment

ସାବାଡ଼ ହେବେ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଠକୁଥିବା କୋଚିଂ ସେଣ୍ଟର

ଭୁବେନଶ୍ୱର: ଲୋଭନୀୟ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକୁଥିବା କୋଚିଂ ସେଣ୍ଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆକର୍ଷଣୀୟ ନାଁ ଓ ମିଥ୍ୟା ସଫଳତାର ପ୍ରଚାର କରି କିଛି କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ଚୁନା ଲଗାଉଥିବା ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ। ଖାସ୍ କରି ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ପିଲାଙ୍କୁ ଏକାଧିକ କୋଚିଂ ସେଣ୍ଟର ନିଜ ଅନୁଷ୍ଠାନର ଦାବି କରିବା […]

author-image
Mihir Pattnayak
ସାବାଡ଼ ହେବେ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଠକୁଥିବା କୋଚିଂ ସେଣ୍ଟର

scan-re-coaching-center

ଭୁବେନଶ୍ୱର: ଲୋଭନୀୟ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକୁଥିବା କୋଚିଂ ସେଣ୍ଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆକର୍ଷଣୀୟ ନାଁ ଓ ମିଥ୍ୟା ସଫଳତାର ପ୍ରଚାର କରି କିଛି କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ଚୁନା ଲଗାଉଥିବା ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ। ଖାସ୍ କରି ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ପିଲାଙ୍କୁ ଏକାଧିକ କୋଚିଂ ସେଣ୍ଟର ନିଜ ଅନୁଷ୍ଠାନର ଦାବି କରିବା ନେଇ ଉଠିଛି ପ୍ରଶ୍ନ । ଶିକ୍ଷା କ୍ଷେତ୍ରରେ ଚାଲିଥିବା ଏଭଳି ଚଞ୍ଚକତା ରୋକାଯିବା ଲାଗି ଅଭିଭାବକମାନେ ଦାବି କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଟପ୍ପର ଜଣେ ତେବେ ସେ ନିଜ ଅନୁଷ୍ଠାନରେ କୋଚିଂ ନେଇଥିବା ଦାବି କରି ସହରର କାନ୍ଥବାଡ଼ରେ ପୋଷ୍ଟର ମାରିଛନ୍ତି ଅନେକ କୋଚିଂ ସେଣ୍ଟର । ଅର୍ଥାତ୍ ମିଥ୍ୟା ସଫଳତାର ଶ୍ରେୟ ନେବାକୁ ଚାଲିଛି ରୀତିମତ ପ୍ରତିଯୋଗିତା । କିଛି କୋଚିଂ ସେଣ୍ଟରଗୁଡିକ ମେଡିକାଲ ଓ ଇଞ୍ଜିଜିନିୟରିଂ ଭଳି ପ୍ରବେଶିକ୍ଷା ପରୀକ୍ଷାରେ  ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କ ଲମ୍ବା ତାଲିକା ମାରିବାକୁ ବି ପଛାଉ ନାହାନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆକୃଷ୍ଟ କରିବା ଲାଗି ଖୁଲମଖୁଲା ଚାଲିଛି ଏମିତି ବେଆଇନ କାରବାର ଲୋଭନୀୟ ଓ ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଜ କୋଚିଂ ସେଣ୍ଟରୁ ଆଣିବା ଲାଗି ଏଭଳି ମିଥ୍ୟା ପ୍ରଚାରକୁ ଆଳ କରାଯାଉଛି। ତେବେ ଏନେଇ ଓଡ଼ିଶା ଅଭିଭାବକ ମହାସଂଘ ଗୃହ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ସରକାରଙ୍କ ଚେତା ପଶିଛି। କୋଚିଂ ସେଣ୍ଟରଗୁଡିତକର ବେଆଇନ କାର୍ଯ୍ୟକଳାପ ସଂପର୍କରେ ରିପୋର୍ଟ ଦେବାକୁ ପୋଲିସ ଡିଜି, କମିଶନରେଟ୍ ପୋଲିସ୍, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସହ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ। ଯେଉଁମାନେ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ କୁହାଯାଇଛି ।

କଟକ-ଭୁବନେଶ୍ୱର ଟୁଇନ ସିଟି ସମେତ ରାଜ୍ୟର ଅନ୍ୟ ପ୍ରମୁଖ ସହରରେ ଛତୁ ଫଟିବା ଭଳି କୋଚିଂ ସେଣ୍ଟର ଖୋଲିଛି । ସେହିପରି କେବଳ ଇଂଜିନିୟରିଂ କିମ୍ବା ମେଡିକାଲ ବା ପ୍ରଶାସନିକ ସେବା  ସ୍କୁଲ ଓ କଲେଜସ୍ତରେ ମଧ୍ୟ ଭଲ ରେଜଲଟ କରାଇଦେବାକୁ କୋଚିଂ ସେଣ୍ଟରଗୁଡିକ ଲୋଭନୀୟ ବିଜ୍ଞାପନ ଦେଉଛନ୍ତି। ତେବେ ସରକାରଙ୍କ ପଦକ୍ଷେପ ଏଭଳି  କୋଚିଂ ସେଣ୍ଟରଙ୍କ ବେଆଇନ କାମ ରୋକିବାରେ କେତେ ସଫଳ ହେଉଛି ତାହା ଦେଖିବା କଥା।

Advertisment
Left Top
Advertisment
Advertisment