Advertisment

କାଳିଆ ପ୍ରେମରେ ୧୫ ବର୍ଷୀୟ ଭକ୍ତ, ଘରେ ପ୍ରସ୍ତୁତ କରିଛନ୍ତି ରତ୍ନ ସିଂହାସନ

ଆର୍ତ୍ତତ୍ରାଣ ପ୍ରଧାନ(ନୟାଗଡ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କର ଓ ଭକ୍ତଙ୍କ ଭିତରେ ସମ୍ପର୍କ ଅବର୍ଣ୍ଣନୀୟ। କିଛି ଏହିଭଳି ଭାବାବେଗ ଦେଖିବାକୁ ମିଳିଛି ନୟାଗଡର ଜଣେ ୧୫ ବର୍ଷୀୟ ଭକ୍ତଙ୍କ ଭିତରେ। ଛୋଟ ବୟସରୁ…

author-image
Chandan Shishu
କାଳିଆ ପ୍ରେମରେ ୧୫ ବର୍ଷୀୟ ଭକ୍ତ, ଘରେ ପ୍ରସ୍ତୁତ କରିଛନ୍ତି ରତ୍ନ ସିଂହାସନ

mahapravu

ଆର୍ତ୍ତତ୍ରାଣ ପ୍ରଧାନ(ନୟାଗଡ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କର ଓ ଭକ୍ତଙ୍କ ଭିତରେ ସମ୍ପର୍କ ଅବର୍ଣ୍ଣନୀୟ। କିଛି ଏହିଭଳି ଭାବାବେଗ ଦେଖିବାକୁ ମିଳିଛି ନୟାଗଡର ଜଣେ ୧୫ ବର୍ଷୀୟ ଭକ୍ତଙ୍କ ଭିତରେ। ଛୋଟ ବୟସରୁ ଜଗନ୍ନାଥ ଭକ୍ତି କ୍ଷେତ୍ରରେ ସୃଷ୍ଟି କରିଛନ୍ତି ବଡ ଉଦାହାରଣ। ଏଠି ଷାଠିଏ ପଉଟି ଛପନ ଭୋଗ ନାହିଁ, କି ନିଯୋଗ
ସେବାୟତଙ୍କ ସେବା ନାହିଁ ତଥାପି ହସୁଛି କାଳିଆ ସାଆନ୍ତ। ଏଠି ସେବା ଅଛି ତ କେବଳ ଏହି ଜଣେ ମାତ୍ର କୁନି ସେବାୟତର। ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର ୧୫ ବର୍ଷୀୟ ଶୁଭ୍ରାଂଶୁଙ୍କର ଏ ହେଉଛି କାଳିଆ ପ୍ରେମ। ନିଜ
ଘରେ ପ୍ରସ୍ତୁତ କରିଛନ୍ତି ରତ୍ନ ସିଂହାସନ। ବିରାଜମାନ କରିଛନ୍ତି ଜଗତର ନାଥଙ୍କୁ।

Advertisment

publive-imageବଡ କଥା ହେଉଛି କାଳିଆ ଠାକୁରକୁ ତାଙ୍କ ସବୁ ବେଶରେ ସୁସଜ୍ଜିତ କରିଥାନ୍ତି ଏହି କୁନି ଭକ୍ତ। ବଡସିଂହାର ବେଶ ହେଉକି ନାଗାର୍ଜୁନ ବେଶ, ପଦ୍ମବେଶ ହେଉ କି ଗଜବେଶ ଜଗତର ନାଥଙ୍କୁ ସବୁ ଅବସରରେ ଶୃଙ୍ଗାର କରିବାକୁ ଭୁଲନ୍ତି ନାହିଁ ଶୁଭ୍ରାଂଶୁ।
ଶୁଭ୍ରାଶୁଂଙ୍କ କହିବା କଥା ସେ ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ। ସ୍ୱପ୍ନ ଦେଖି ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବାକୁ
ପ୍ରେରଣା ପାଇଥିଲେ। ସେହି ଦିନରୁ ମହାପ୍ରଭୁଙ୍କ ଏହି ବାଣୀକୁ ଅଙ୍ଗେ ଅଙ୍ଗେ ପାଳନ କରୁଛନ୍ତି ଶୁଭ୍ରାଂଶୁ।

ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ କରନ୍ତି। ଏପରିକି ରଥଯାତ୍ରା, ଅଧରପାଣା, ସ୍ନାନପୁର୍ଣ୍ଣିମା ଆଦି ନୀତି ବି ସମ୍ପନ୍ନ କରିଥାନ୍ତି। ଏହି ନିଆରା ଭକ୍ତ ଆଉ ଏଥିରେ ତାଙ୍କୁ ପୁରା ସହଯୋଗ ମିଳେ ତାଙ୍କ ପରିବାର ତରଫରୁ। ଶୁଭ୍ରାଂଶୁଙ୍କ ଏହି କାଳିଆ ଭକ୍ତି ସାଇ ପଡିଶାଠୁ ଆରମ୍ଭ କରି ଗାଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଛୋଟ ବୟସ ହୋଇଥିଲେ ବି ଜଗନ୍ନାଥଙ୍କ ଏହି ନିସ୍ୱାର୍ଥ ସେବା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଦେଇଛି ବଡ ଭକ୍ତର ପରିଚୟ।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
Advertisment