Advertisment

ଥାନା ଆଗରେ ତୁମୁଳକାଣ୍ଡ, ପୋଲିସ୍ ଉପରକୁ ଢେଲା ମାଡ଼

ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଆଗରେ ଉତ୍ତେଜନା। ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିକ୍ଷୋଭ ବେଳେ ଉତ୍ତଜେନା ଦେଖାଦେଇଛି। ଲୋକମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଗ୍ରାମବାସୀଙ୍କ ଢେଲାମାଡ଼ ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି। ଗତ ଜୁଲାଇ ମାସରେ ଭେଡେନ୍ ଥାନା ବୁର୍ଦ୍ଦା ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କ ଗିରଫ ଦାବି କରି ବୁର୍ଦ୍ଦା ଗ୍ରାମବାସୀମାନେ […]

author-image
Chandan Shishu
ଅଦ୍ୟତନ ହୋଇଛି
ଥାନା ଆଗରେ ତୁମୁଳକାଣ୍ଡ, ପୋଲିସ୍ ଉପରକୁ ଢେଲା ମାଡ଼

vedenn2

ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଆଗରେ ଉତ୍ତେଜନା। ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିକ୍ଷୋଭ ବେଳେ ଉତ୍ତଜେନା ଦେଖାଦେଇଛି।

Advertisment

ଲୋକମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଗ୍ରାମବାସୀଙ୍କ ଢେଲାମାଡ଼ ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି।

publive-imageଗତ ଜୁଲାଇ ମାସରେ ଭେଡେନ୍ ଥାନା ବୁର୍ଦ୍ଦା ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କ ଗିରଫ ଦାବି କରି ବୁର୍ଦ୍ଦା ଗ୍ରାମବାସୀମାନେ ଥାନା ଆଗରେ ଧାରଣା ଦେଇଥିଲେ।  ତେବେ ପରେ ଧାରଣାରୁ ଉତ୍ତେଜନା ଦେଖାଦେଇଥିଲା।

Advertisment
Advertisment
Advertisment