Advertisment

୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ: ଭୁବନେଶ୍ୱରରେ ପରେଡ୍ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧି ମାର୍ଗରେ ୭୨ ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେଉଛି। ରାଜ୍ୟପାଳ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳୋନ କରିଛନ୍ତି। ସମ୍ମାନନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇ ପରେଡ୍‌ ଅଭିବାଦନ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ପରେଡ୍ ଆରମ୍ଭ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗାନ୍ଧିମାର୍ଗରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ହୋଇଛି। ସକାଳ ୬ଟା ୩୦ରୁ […]

୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ: ଭୁବନେଶ୍ୱରରେ ପରେଡ୍ ଆରମ୍ଭ

vlcsnap-7580-06-17-10h32m37s433-720x430

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧି ମାର୍ଗରେ ୭୨ ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେଉଛି। ରାଜ୍ୟପାଳ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳୋନ କରିଛନ୍ତି। ସମ୍ମାନନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇ ପରେଡ୍‌ ଅଭିବାଦନ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ପରେଡ୍ ଆରମ୍ଭ ହୋଇଯାଇଛି।

Advertisment

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗାନ୍ଧିମାର୍ଗରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ହୋଇଛି। ସକାଳ ୬ଟା ୩୦ରୁ ୯ଟା ଯାଏଁ ଗାନ୍ଧି ମାର୍ଗକୁ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଛି।

ରାଜ୍ୟସ୍ତରୀୟ ପରେଡ୍‌ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି ୧୪ଟି କଣ୍ଟିନ୍‌ଜେଣ୍ଟ ଭାଗ ନେଉଛନ୍ତି। ଏଥର କିନ୍ତୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେଉନାହାନ୍ତି। କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସମୟରେ ପରେଡ୍ ସ୍ଥଳରେ ପଥଚାରୀ ଓ ଗାଡ଼ି ଚଳାଚଳ ବନ୍ଦ ରଖାଯିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Advertisment

ହାଉସିଂବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଦେଇ ଆସୁଥିବା ଗାଡ଼ିକୁ କେସରି ଟକିଜ୍ ଆଡ଼େ ଡାଇଭର୍ଟ କରାଯାଇଛି।  ଏଜି ଛକରୁ ପିଏମ୍‌ଜି ଆଡ଼େ ଆସୁଥିବା ଗାଡ଼ିକୁ ଜୟଦେବ ଭଗନ ଦେଇ ଇଡକଲ ଅଡିଟୋରିୟମ ଆଡ଼େ ଡାଇଭର୍ଟ କରାଯାଇଛି। ପରେଡ୍ ବେଳେ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି।

Advertisment

ଆଜି ଗଣତନ୍ତ୍ର ଦିବସ ଉପଲକ୍ଷେ ଆନ୍ତର୍ଜାତୀକ ବାଲୁକାଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ପୁରୀ ସମୁଦ୍ର ବେଳାଭୂମୀରେ ବାଲିରେ ହେପି ରିପବ୍ଲକି ଡେ ସହ ମେରା ଭାରତ ମହାନ ଲେଖି ଦେଶବାସୀଙ୍କୁ ଶିଳ୍ପୀ ବାର୍ତ୍ତା ଦେଇଛନ୍ତି। ଏହି ବାଲୁକାମୂର୍ତ୍ତି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି। ବାଲୁକାମୂର୍ତ୍ତି ନିର୍ମାଣ ପାଇଁ ମାନସଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଛି।

ଅନ୍ୟପଟେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କ ୭୨ ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ ମଧ୍ୟ ବାଲିରେ ତ୍ରିରଙ୍ଗା ପତାକା କରିବା ସହିତ ଲେଖିଛନ୍ତି  I Love My india

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ