Advertisment

ପ୍ରିୟଙ୍କାଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର :  ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିବା ସତ୍ତ୍ୱେ ତା’ ଅଙ୍ଗ ଦାନ କରି  ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ପ୍ରିୟଙ୍କାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଯୋଗୁ କିଡନୀ ପ୍ରତିରୋପଣ କ୍ଷେତ୍ରରେ ରାଜ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି।  ପ୍ରଥମଥର ଲାଗି ରାଜ୍ୟରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇ ଜଣେ ରୋଗୀଙ୍କ ଜୀବନ ବଞ୍ଚିଛି। ଫଳରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ଓ କଟକ ଏସ୍‌ସିବି ଇତିହାସରେ ଯୋଡ଼ି ହୋଇଯାଇଛି […]

author-image
Pradesh Pratyush
ପ୍ରିୟଙ୍କାଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

priyanka daughter

ଭୁବନେଶ୍ୱର :  ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିବା ସତ୍ତ୍ୱେ ତା’ ଅଙ୍ଗ ଦାନ କରି  ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ପ୍ରିୟଙ୍କାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଯୋଗୁ କିଡନୀ ପ୍ରତିରୋପଣ କ୍ଷେତ୍ରରେ ରାଜ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି।  ପ୍ରଥମଥର ଲାଗି ରାଜ୍ୟରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇ ଜଣେ ରୋଗୀଙ୍କ ଜୀବନ ବଞ୍ଚିଛି। ଫଳରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ଓ କଟକ ଏସ୍‌ସିବି ଇତିହାସରେ ଯୋଡ଼ି ହୋଇଯାଇଛି ନୂଆ ଫର୍ଦ୍ଦ।

Advertisment

ହେଲେ ଦୁର୍ଘଟଣାରେ ଗୁରୁତର ହୋଇ ଆଖି ବୁଜିଥିବା ପ୍ରିୟଙ୍କାଙ୍କ ଝିଅ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛି।  ତା’ର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରିୟଙ୍କାଙ୍କ ପରିବାରର ମହାନ ତ୍ୟାଗ ପାଇଁ ଏସ୍‌ସିବିରେ ବରଗଡ଼ ଅତାବିରାର ଫିରୋଜ ସାହୁଙ୍କ ଜୀବନ ବଞ୍ଚିପାରିଛି । ୬ ମାସ ହେଲା ୨ଟି କିଡନୀ ନଷ୍ଟ  ହୋଇଯାଇଥିବାରୁ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଫିରୋଜ । ଜୁଇରେ ଜଳିବା ପୂର୍ବରୁ ଫିରୋଜଙ୍କୁ ନୂଆ ଜୀବନ ଦେଇ ଚାଲିଗଲେ ପ୍ରିୟଙ୍କା। ଏଥିପାଇଁ ତାଙ୍କ ପରିବାରକୁ ସୂରଯ ସ୍କିମରେ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିବେ ବୋଲି ଘୋଷଣା କରାଯାଇଛି।

କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରିଥିବାରୁ ଏସ୍‌ସିବି ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଗତକାଲି ପ୍ରିୟଙ୍କାଙ୍କ ବ୍ରେନ୍ ଡେଡ୍ ପରେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକେ । ଏହାପରେ ତୁରନ୍ତ ଅପରେସନ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ କଟକ ଏସ୍‌ସିବି ମେଡିକାଲ୍ ନିଆଯାଇଥିଲା ପ୍ରିୟଙ୍କାଙ୍କ କିଡନୀ।  ଫିରୋଜଙ୍କ ଶରୀରରେ ସଫଳତାର ସହ ପ୍ରିୟଙ୍କାଙ୍କ କିଡ଼ନୀ ପ୍ରତିରୋପଣ କରାଯାଇଥିଲା।  ଏଥିଯୋଗୁ ତାଙ୍କ ପରିବାର ନିକଟକୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

Advertisment
Advertisment
Advertisment