Advertisment

କୋଟିଆକୁ ନେଇ ସରକାରଙ୍କ ପଦକ୍ଷେପ କେବଳ ଲୋକ ଦେଖାଣିଆ: ନରସିଂହ

ଭୁବନେଶ୍ୱର: କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକଦେଖାଣିଆ ବୋଲି କହିଥିଲେ। ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଉ। ସବୁଦଳର ନେତାମାନେ କୋଟିଆ ଯାଇ ସେଠିକାର ଲୋକଙ୍କ ସହ ଆଲୋଚନା କରିବା ସହ ଅଫିସର ମାନଙ୍କ ମନୋବଳ ବଢାନ୍ତୁ […]

କୋଟିଆକୁ ନେଇ ସରକାରଙ୍କ ପଦକ୍ଷେପ କେବଳ ଲୋକ ଦେଖାଣିଆ: ନରସିଂହ

narasingh

Advertisment

ଭୁବନେଶ୍ୱର: କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକଦେଖାଣିଆ ବୋଲି କହିଥିଲେ। ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଉ। ସବୁଦଳର ନେତାମାନେ କୋଟିଆ ଯାଇ ସେଠିକାର ଲୋକଙ୍କ ସହ ଆଲୋଚନା କରିବା ସହ ଅଫିସର ମାନଙ୍କ ମନୋବଳ ବଢାନ୍ତୁ ବୋଲି ସେ ଗୃହରେ ଦାବି କରିଥିଲେ।

Advertisment

ସେହିପରି ଧାନମଣ୍ଡି ଓ ଚାଷୀ ସମସ୍ୟା ନେଇ ମଧ୍ୟ ଆଲୋଚନା ହେଉଛି କିନ୍ତୁ କିଛି ଫଳ ମିଳୁନି ବୋଲି କହିଥିଲେ। ସେହିପରି ଚାଷୀଙ୍କୁ ଦଲାଲ କହିଥିବାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କ୍ଷମା ମାଗିବାକୁ ନରସିଂହ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୧୦ ମିିନିଟ୍ ପାଇଁ ମୁଲତବୀ ରଖିଥିଲେ। ହେଲେ ଏହା ପରେ ମଧ୍ୟ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।

ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ଆଇନଗତ ଲଢେଇ ଚାଲିଥିବା ବେଳେ ଏପଟେ କିନ୍ତୁ ଥମୁନି ପଡ଼େଶୀ ରାଜ୍ୟର ଏ ଦାଦାଗିରି। ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ଏବେ ଉତ୍କଟ ରୂପ ନେଇଥିବା ବେଳେ ଗତକାଲି ଏ ପ୍ରସଙ୍ଗରେ ବିଧାନସଭାରେ ହୋଇଛି ସରଗରମ୍ ଆଲୋଚନା ହୋଇଥିଲା। ଏ ପ୍ରସଙ୍ଗରେ ଗତକାଲି ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସରକାରଙ୍କ ଉପରେ ବିରୋଧୀ ବର୍ଷିଥିଲେ। କୋରାପୁଟର କୋଟିଆ ସହ ଅନ୍ୟ ଅଞ୍ଚଳରେ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ବିଜେପି ବାଢିଥିଲା।

Advertisment

ସେହିଭଳି ସୀମାନ୍ତ ଲୋକଙ୍କ ଅଭାବ ଅସୁବିଧା ନେଇ ସରକାରଙ୍କ ଦୋଷ ଦୁର୍ବଳତାର ତାଲିକା କଂଗ୍ରେସ ରଖିଥିଲା। ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଥିଲେ, ସୀମାନ୍ତ ଅଞ୍ଚଳରେ ସବୁ ପ୍ରକାର ବିକାଶ କାର୍ଯ୍ୟ ଚାଲିଛି। ପଡ଼ୋଶୀ ରାଜ୍ୟ ସୀମାକୁ ଲାଗିଥିବା ୧୪ ଜିଲ୍ଲାରୁ କୋରାପୁଟର କୋଟିଆ ବ୍ୟତୀତ ଗଞ୍ଜାମ, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ନୂଆପଡ଼ା ଭଳି ଅନ୍ୟ ୬ଟି ଜିଲ୍ଲାରେ ସୀମା ବିବାଦ ରହିଛି।

କୋଟିଆ ପ୍ରସଙ୍ଗରେ ସରକାର ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରି ସୁପ୍ରିମକୋର୍ଟ ଯାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗ ସହ ସୀମା ବିବାଦର ସମାଧାନ ନେଇ ଆଜି ମେଦିନାପୁରରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ବସିବ ବୋଲି ରାଜସ୍ୱ ମନ୍ତ୍ରୀ ତଥ୍ୟ ରଖିଥିଲେ।

Advertisment
Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ