/odishatv-khabar/media/post_attachments/uploadimage/library/16_9/16_9_0/hc_1625055692.jpg)
hc
ଭୁବନେଶ୍ୱର: ଘରୋଇ ସ୍କୁଲଗୁଡ଼ିକର ଫି ପ୍ରସଙ୍ଗରେ ହାତ ଟେକିଦେଲେ ରାଜ୍ୟ ସରକାର। ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସରକାର କହିଛନ୍ତି, ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ନେଇ ଆମର କୌଣସି ପଲିସି ନାହିଁ। ଓଡ଼ିଶା ଏଜୁକେଶନ ଆକ୍ଟ ୧୯୬୯ ଆଧାରରେ ସ୍ୱୀକୃତି ପାଇଥିବା ଘରୋଇ ସ୍କୁଲର ଫି ଉପରେ ସରକାର କିଛି କରିପାରିବେ ନାହିଁ। ପଂଜାବ ଓ ଦିଲ୍ଲୀ ଭଳି ରାଜ୍ୟରେ ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ରାଜ୍ୟ ସରକାରଙ୍କ ଆଇନ ଥିବା ବେଳେ ଓଡ଼ିଶାରେ କାହିଁକି ନାହିଁ ବୋଲି ଆଡଭୋକେଟ ଜେନେରାଲଙ୍କୁ ପଚାରିଥିଲେ ହାଇକୋର୍ଟ।
Advertisment
ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପଟେ ଅଭିଭାବକ ମହାସଂଘ କହିଛି ସରକାର ଆମକୁ ଠକିବାକୁ ଚେଷ୍ଟା କରୁଛନ୍ତି, ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)