Advertisment

'ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି'

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ। ଆଜି ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ମୁକ୍ତିମଣ୍ଡପ, ଶଙ୍କରାଚାର୍ଯ୍ୟଙ୍କ ସହ କଥା […]

'ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି'

tara

Advertisment

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ।

Advertisment

ଆଜି ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ମୁକ୍ତିମଣ୍ଡପ, ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇ ନିଷ୍ପତ୍ତି ନେଇପାରିଥାନ୍ତେ। ସାମାଜିକ ଦୂରତ୍ୱ ରଖି ରଥ ଟଣା ଯାଇପାରିଥାନ୍ତା ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିୟମ ମାନି କେହି ଯାଇନଥାନ୍ତେ। ଗଜପତି ବି ସ୍ନାନଯାତ୍ରାକୁ ଯାଇନଥିଲେ। ସୁପ୍ରିମକୋର୍ଟ ଯାଇ ଆଳ ଦେଖାଇ ମନା ଅର୍ଥ ଅନ୍ୟ ମାଧ୍ୟମରେ ଅଠା ବୋଳିବା। ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ। ଜଗନ୍ନାଥ ସବୁ ଦେଖୁଛନ୍ତି। କିଏ ରଥଯାତ୍ରା ବନ୍ଦ କରିବାର ମୁଖ୍ୟ ପୁରୋଧା ଜଗନ୍ନାଥ ବିଚାର କରିବେ ବୋଲି ପ୍ରଦୀପ୍ତ କହିଛନ୍ତି।

Advertisment

ସେହିଭଳି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ରଥଯାତ୍ରା ବନ୍ଦ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କରୋନା ପାଇଁ ଦେଶ ଏବେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ମନ କଷ୍ଟ ହେଲେ ବି କୋର୍ଟ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ। ଏହା ବୋଧେ ପ୍ରଭୁଙ୍କ ଇଚ୍ଛା। ଲୀଳାମୟ ଜଗନ୍ନାଥ ଯାହା ଚାହୁଁଛନ୍ତି, ତାହା କରୁଛନ୍ତି ବୋଲି ସମୀର କହିଛନ୍ତି।

ସେହିଭଳି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଏନେଇ ଦଳର ନେତା ତାରାବାହିନୀ ପତି କହିଛନ୍ତି, ସରକାର ସିଧାସଳଖ ବନ୍ଦ ନକରି ବୁଲାଇ ବଙ୍କାଇ ବନ୍ଦ କରିଦେଲେ। ସରକାରଙ୍କ ପ୍ରୟାସ ସଫଳ ହେଲା। ସରକାର ଭୟ କରୁଥିଲେ ଯେ ସିଧାସଳଖ ବନ୍ଦ କଲେ ଜଗନ୍ନାଥ ପ୍ରେମୀଙ୍କ ରୋଷର ଶିକାର ହେବେ। ସୁପ୍ରିମକୋର୍ଟଙ୍କ ରାୟ ହେଲେ ଆମକୁ ମାନିବାକୁ ପଡ଼ିବ। ସେଥିପାଇଁ ଓକିଲି ନିଯୁକ୍ତି ହୋଇଥିଲା। ଏବେ ଜଗନ୍ନାଥ ବିଚାର କରିବେ ବୋଲି ତାରା କହିଛନ୍ତି।

Advertisment
Odisha Puri Ratha Yatra 2020 Ratha Yatra Cancel In Odisha Ratha Yatra Puri Odisha RathaJatra2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ