Advertisment

ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେବେଳେ ଖୋଲିବ ସ୍କୁଲ..

ପୁଣି ବଦଳିଲା ସ୍କୁଲ ସମୟ। ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ। ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ

author-image
Sarbeswar
ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେବେଳେ ଖୋଲିବ ସ୍କୁଲ..

school-time

  • ବଦଳିଲା ସ୍କୁଲ ସମୟ
  • ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ
  • ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍
  • ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍
  • ସ୍କୁଲ ସମୟ ବଦଳିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ସୂଚନା
  • ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା
Advertisment

ଭୁବନେଶ୍ୱର: ପୁଣି ବଦଳିଲା ସ୍କୁଲ ସମୟ। ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ। ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ। ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା। ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିବା ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା। ଖରା ପାଇଁ ସମସ୍ୟା ହେଉଥିବାରୁ ସମୟ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୂର୍ବରୁ କହିଥିଲେ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୭ରୁ ଦିନ ୧ଟା ଯାଏ ସ୍କୁଲ୍‌ ଆରମ୍ଭ ହୋଇଥିଲା। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ଚାଲିଥିଲା। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଚାଲିଥିଲା। ସ୍କୁଲ ଗୁଡିକରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଖରା ପାଇଁ ସକାଳୁଆ ସ୍କୁଲ କରିବା ଲାଗି ଗତ ୨୭ ତାରିଖରେ ରାଜ୍ୟ ସରକାର ସୂଚନା ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍‌‌ କରି ସୂଚନା ଦିଆଯାଇଥିଲା।

Odisha School Reopening Update
Advertisment
Advertisment