Advertisment

‘କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମୁଥିଲେ ବି ବିପଦ ଏଯାଏଁ ଟଳିନି । ଏବେ ବି ସଂକ୍ରମିତ ହେଉଛନ୍ତି ଲୋକେ । ଆଉ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ବିପଦ ଟଳିନି ଭାବିବା…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
‘କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ରାଜ୍ୟ ସରକାର’

vlcsnap-2021-06-12-16h57m14s427

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମୁଥିଲେ ବି ବିପଦ ଏଯାଏଁ ଟଳିନି । ଏବେ ବି ସଂକ୍ରମିତ ହେଉଛନ୍ତି ଲୋକେ । ଆଉ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ବିପଦ ଟଳିନି ଭାବିବା ହିଁ ଠିକ୍‌ ହେବ ।

Advertisment

ତେବେ ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଲୁଚାଉଛନ୍ତି ରାଜ୍ୟ ସରକାର । କୋଭିଡ୍ ସମୟରେ ଅଧିକ ମୃତ୍ୟୁ ହେଉଛି, ହେଲେ ଅନ୍ୟ ରୋଗ ଜନିତ ମୃତ୍ୟୁ କହି ସରକାର ଚାପି ଦେଉଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ କରିଛି ଓଡ଼ିଶା କଂଗ୍ରେସ । ଦଳ ପକ୍ଷରୁ ଏକ ପ୍ରେସମିଟ୍ କରି ଏଭଳି ଅଭିଯୋଗ କରାଯାଇଛି । ଆରଟିଆଇ ତଥ୍ୟ ଅନୁସାରେ କେବଳ ସେପ୍ଟେମ୍ବରରେ ସତ୍ୟନଗର ଶ୍ମଶାନରେ ୧୨ ଶହ ୮୮ ଶବ ପୋଡ଼ା ଯାଇଛି । ହେଲେ ସରକାରୀ ତଥ୍ୟ କହୁଛି, ୩୪୨ ଜଣଙ୍କ ମୃତଦେହ ସତ୍ୟ ନଗରରେ ପୋଡା ଯାଇଛି ବୋଲିସ କଂଗ୍ରେସ କହିଛି ।

ସେପଟେ ବିହାର ଭଳି କରୋନା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି । ଏଥିପାଇଁ ଅନଲାଇନ୍‌ ବ୍ୟବସ୍ଥା କରି ସଠିକ୍‌ ଭାବେ ଯାଞ୍ଚ କରିବାକୁ କଂଗ୍ରେସ କହିଛି । ସତ୍ୟକୁ ଚାପି ରାଜ୍ୟ ସରକାର ଆଉ ଏକ ମହାମାରୀ ଡାକୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
COVID-19 Corona
Advertisment
Advertisment