Advertisment

୨୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୨୨ଟି ବିଧାନସଭାର ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭଟଲିରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହେଉଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ। ସେହିପରି ବୀରମହାରାଜପୁରୁ ରଘୁନାଥ ଜଗଦଳା ଓ ସୋନପୁରରୁ ଅଶୋକ ପୂଜାରୀ ପ୍ରାର୍ଥୀ ହେବେ। ବଲାଙ୍ଗିରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମ୍‌ସିଂ ମାଝି, ଝରିଗାଁରୁ ପର୍ଶୁରାମ ମାଝି ଓ ଡାବୁଗାଁରୁ ପଦ୍ମନ ନାୟକ ନିର୍ବାଚନ ଲଢ଼ିବେ। ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ […]

author-image
Jyotsnamayee Pradhan
୨୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

assembly

ଭୁବନେଶ୍ୱର: ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୨୨ଟି ବିଧାନସଭାର ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭଟଲିରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହେଉଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ। ସେହିପରି ବୀରମହାରାଜପୁରୁ ରଘୁନାଥ ଜଗଦଳା ଓ ସୋନପୁରରୁ ଅଶୋକ ପୂଜାରୀ ପ୍ରାର୍ଥୀ ହେବେ।

Advertisment

ବଲାଙ୍ଗିରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମ୍‌ସିଂ ମାଝି, ଝରିଗାଁରୁ ପର୍ଶୁରାମ ମାଝି ଓ ଡାବୁଗାଁରୁ ପଦ୍ମନ ନାୟକ ନିର୍ବାଚନ ଲଢ଼ିବେ। ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ରଞ୍ଜନ ପଲାଇ ଓ ଛତ୍ରପୁରରୁ ପ୍ରଶାନ୍ତ କରଙ୍କୁ ଟିକେଟ୍ ମିଳିଛି।

ସେହିପରି ଆସ୍କାରୁ ବିଧାୟକ ଦେବରାଜ ମହାନ୍ତି, ସୋରଡ଼ାରୁ  ନୀଳମଣି ବିଷୋଇ, ବ୍ରହ୍ମପୁରରୁ  କାହ୍ନୁ ପତି ଓ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ଫାଇଟ୍ କରିବେ। ମୋହନାରୁ ପ୍ରଶାନ୍ତ ମଲ୍ଲିକ, ଗୁଣପୁରରୁ ଶିଶିର ଗମାଙ୍ଗ, ରାୟଗଡ଼ାରୁ ବସନ୍ତ ଉଲାକା ଓ ଜୟପୁରରୁ  ଗୌତମ ସାମନ୍ତରାୟଙ୍କୁ ଟିକେଟ୍ ମିଳିଛି।

Advertisment

କୋରାପୁଟରୁ ତ୍ରିପୁରାରୀ ଗରଡ଼ା ଓ ଚିତ୍ରକୋଣ୍ଡାରୁ ପଦୁ ମାଝୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି।

ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଏହି ସଂଖ୍ୟା ଏବେ ୧୨୧ରେ ପହଞ୍ଚିଛି।

Advertisment
Advertisment