Advertisment

କାଲିଠାରୁ ୩ ଜିଲ୍ଲାରେ ଖୋଲିବ ଗାଡ଼ି ଶୋରୁମ୍

ଓଡ଼ିଶାର ୩ଟି ଜିଲ୍ଲାରେ ଲକଡାଉନ୍ କଟକଣା ହେଲା କୋହଳ: କାଲିଠାରୁ ଖୋଲିବ ଗାଡ଼ି ଶୋରୁମ୍, ଆରମ୍ଭ ହେବ ପଞ୍ଜୀକରଣ #Odisha #LOckdown

author-image
Chandan Shishu
ଅଦ୍ୟତନ ହୋଇଛି
କାଲିଠାରୁ ୩ ଜିଲ୍ଲାରେ ଖୋଲିବ ଗାଡ଼ି ଶୋରୁମ୍

bike

ଭୁବନେଶ୍ୱର: କାଲିଠାରୁ ୩ ଜିଲ୍ଲାରେ ଗାଡ଼ି ଶୋରୁମ ଖୋଲିବ ଓ ପଞ୍ଜୀକରଣ ଆରମ୍ଭ ହେବ। ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଗାଡ଼ି ଶୋରୁମ ଖୋଲିବ। ଶୋରୁମ ଖୋଲିବା ଅନୁମତି ନେଇ ଟ୍ୱିଟ କରି STA ସୂଚନା ଦେଇଛି। ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ଗଜପତି RTOରେ ରେଜିଷ୍ଟ୍ରେସନ ହେବ। ଏହି ୪ଟି RTOରେ ନୂଆଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ ବୋଲି STA କହିଛି। ତେବେ ଲକଡାଉନରେ ଅନ୍ୟ ଜିଲ୍ଲାରେ ଗାଡ଼ି ଶୋରୁମ ଖୋଲିବା ଅନୁମତି ନାହିଁ।

Advertisment

ରାଜ୍ୟରେ ପୁଣି ୧୬ ଦିନ ପାଇଁ ଅର୍ଥାତ୍ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ୍ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ। ଏଥିସହ ସପ୍ତାହାନ୍ତ ସଟଡାଉନ୍ କଟକଣା ମଧ୍ୟ ଆଗଭଳି ଜାରି ରହିବ।

Advertisment

ତେବେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼। ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ କେବଳ ସେଲୁନ୍, ସ୍ପା ଓ ମଲକୁ ଛାଡ଼ି ବାକି ସବୁ ଦୋକାନ ଓ ଗାଡି ଶୋରୁମ୍ ଖୋଲା ରହିବ।

Advertisment
Advertisment