Advertisment

ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ପୁରୀ: ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ଆଉ ଏଇ ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ହୁଏ ଫୁଲୁରି ତେଲ ଲାଗି । ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ।  ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା […]

ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

Advertisment

ପୁରୀ: ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ଆଉ ଏଇ ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ହୁଏ ଫୁଲୁରି ତେଲ ଲାଗି ।

Advertisment

ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ।  ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ମୁତାବକ ପଞ୍ଚମୀ ଦିନ ହୁଏ ଏହି ଅନନ୍ୟ ସେବା ।

ପୂର୍ବବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡା ରାଶିତେଲ, ବେଣାଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରି ମିଶ୍ରଣ କରାଯାଇ ମାଟିତଳେ ପୋତା ଯାଇଥାଏ । ମଠର ମଠାଧୀଶ ଶ୍ରୀମନ୍ଦିରରେ ଏହି ତେଲକୁ ପ୍ରଦାନ କରିବା ପରେ ପତିମହାପାତ୍ର ସଂସ୍କାର କରିଥାନ୍ତି।  ପରେ ଏହାକୁ ମାଲିସ କରାଯାଇଥାଏ ।

Advertisment

ଏହି ଫୁଲୁରୀ ତେଲକୁ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି । ଏହି ତେଲ ମାଲିସ ଦ୍ୱାରା ଶ୍ରୀଜିଉ ସ୍ନାନଜନିତ ଶରୀର ପୀଡ଼ାରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି।

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ