Advertisment

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ୮ଟି ପ୍ରସ୍ତାବ ଉପରେ ଅାଲୋଚନା ହେଉଥିବାର ସୂଚନା ମିଳିଛି। ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ଟି ଅନ୍ତରୀଣ ନିର୍ଦ୍ଦେଶର କାର୍ଯ୍ୟକାରୀ ଉପରେ ମୁଖ୍ୟତଃ ଅାଲୋଚନା ଚାଲିଥିବା ଜଣାପଡ଼ିଛି। ୧୨ଟି ନିର୍ଦ୍ଦେଶରୁ ୯ଟି ନିର୍ଦ୍ଦେଶ ଛତିଶା ନିଯୋଗର ସହମତିରେ ପ୍ରଶାସନ କାର୍ଯ୍ୟକାରୀ କରିଛି। ହେଲେ ନିର୍ଦ୍ଦେଶ ନମ୍ବର ୧, ୨ ଓ ୧୨ ଉପରେ ସେବାୟତଙ୍କ ଅାପତ୍ତି ରହିଥିଲା। ବଂଶାନୁକ୍ରମିକ ସେବା, […]

author-image
Pradesh Pratyush
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

puri

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ୮ଟି ପ୍ରସ୍ତାବ ଉପରେ ଅାଲୋଚନା ହେଉଥିବାର ସୂଚନା ମିଳିଛି। ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ଟି ଅନ୍ତରୀଣ ନିର୍ଦ୍ଦେଶର କାର୍ଯ୍ୟକାରୀ ଉପରେ ମୁଖ୍ୟତଃ ଅାଲୋଚନା ଚାଲିଥିବା ଜଣାପଡ଼ିଛି।

Advertisment

୧୨ଟି ନିର୍ଦ୍ଦେଶରୁ ୯ଟି ନିର୍ଦ୍ଦେଶ ଛତିଶା ନିଯୋଗର ସହମତିରେ ପ୍ରଶାସନ କାର୍ଯ୍ୟକାରୀ କରିଛି। ହେଲେ ନିର୍ଦ୍ଦେଶ ନମ୍ବର ୧, ୨ ଓ ୧୨ ଉପରେ ସେବାୟତଙ୍କ ଅାପତ୍ତି ରହିଥିଲା। ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା ଗ୍ରହଣ କରିବା ଓ ଅନ୍ନଦାନ ଅାଟିକା ଉଚ୍ଛେଦକୁ ସେବାୟତମାନେ ବିରୋଧ କରି ଅାସୁଛନ୍ତି।

ଅାଜିର ବୈଠକରେ ଶ୍ରୀମନ୍ଦିର ଅାଇନ ପରିବର୍ତ୍ତନ ନେଇ ଅାଲୋଚନା ବି ହୋଇପାରେ । ଅକ୍ଟୋବର ୩ ହିଂସାକାଣ୍ଡ ପ୍ରସଙ୍ଗ ଉଠିବାର ସମ୍ଭାବନା ଅଛି।

Advertisment
Advertisment
Advertisment