Advertisment

ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ; ତାତିଲା ଶ୍ରୀଜଗନ୍ନାଥ ସେନା

ପୁରୀ :  ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ଘଟଣାରେ ତାତିଲା ଶ୍ରୀ ଜଗନ୍ନାଥ ସେନା । ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କ ନାଁରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏହା ସହ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ମୁମ୍ବାଇ ଇସ୍କନ ମୁଖ୍ୟଙ୍କ କୁଶପୁତ୍ତଳିକା ବି ଦାହ କରିଛନ୍ତି ଆନ୍ଦୋଳନକାରୀ। ଏତଲାରେ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କୁ ଗିରଫ କରିବା […]

author-image
Pradesh Pratyush
ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ;  ତାତିଲା ଶ୍ରୀଜଗନ୍ନାଥ ସେନା

sri jagannath sena

ପୁରୀ :  ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ଘଟଣାରେ ତାତିଲା ଶ୍ରୀ ଜଗନ୍ନାଥ ସେନା । ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କ ନାଁରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏହା ସହ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ମୁମ୍ବାଇ ଇସ୍କନ ମୁଖ୍ୟଙ୍କ କୁଶପୁତ୍ତଳିକା ବି ଦାହ କରିଛନ୍ତି ଆନ୍ଦୋଳନକାରୀ।

Advertisment

ଏତଲାରେ ରାଧାନାଥ ଦାଶ ସ୍ୱାମୀ ମହାରାଜଙ୍କୁ ଗିରଫ କରିବା ସହ ଭାରତରେ ଇସ୍କନ ବ୍ୟାନ୍ ପାଇଁ ଦାବି କରିଛନ୍ତି ଜଗନ୍ନାଥ ସେନା । ଏପଟେ ଭୁବନେଶ୍ୱର ଉତ୍କଳ ସମ୍ମିଳନୀ ପକ୍ଷରୁ ଇସ୍କନ ମନ୍ଦିରରେ ଅଦିନିଆ ରଥ ଯାତ୍ରାକୁ ବିରୋଧ କରି ଏକ ଦାବିପତ୍ର ଦିଆଯାଇଛି।

Advertisment
Advertisment