Advertisment

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା ସୋମବାରକୁ ଘୁଞ୍ଚିଲା

କଟକ: ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଆଡଭୋକେଟ୍ ଜେନେରାଲ। ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ବେଳେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ପୋଲିସ କମିଶନର ରିପୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। […]

ଅଦ୍ୟତନ ହୋଇଛି
ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା ସୋମବାରକୁ ଘୁଞ୍ଚିଲା

durga-puaja

Advertisment

କଟକ: ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଆଡଭୋକେଟ୍ ଜେନେରାଲ। ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ବେଳେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ପୋଲିସ କମିଶନର ରିପୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ଅନ୍ୟପଟେ ଦୁର୍ଗାପୂଜାକୁ ନେଇ ସତର୍କ ହୋଇଛି ଗଞ୍ଜାମ। ପୂଜା ବେଳେ କରୋନା ପ୍ରତି ସତର୍କ ରହିବାକୁ ଲୋକଙ୍କୁ ସଚେତନ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ପୂର୍ବରୁ ଜିଲ୍ଲାବାସୀ ଯେମିତି ସହଯୋଗ କରିଛନ୍ତି, ଏଥର ବି ସେମିତି କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଜିଲ୍ଲାପାଳ।

Advertisment

ଘରେ ରହି ଦୁର୍ଗାପୂଜା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଗକୁ ଶୀତ ଋତୁ ଆସୁଥିବାକୁ ଅଧିକ ସତର୍କ ରହିବାକୁ ସେ କହିବା ସହିତ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ଭିଡିଓ ବାର୍ତ୍ତାରେ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ