Advertisment

ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ: ଆଜି ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିଷ୍ଟ ନୀତି ସବୁ ସଂପନ୍ନ ହୋଇଛି। ୧୦ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହେବ। ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ କରାଯିବ। ଦିନ ୧୨ଟାରୁ ୧ଟା ମଧ୍ୟରେ ହେବ ମଇଲମ ଓ ବେଶ। ୧୦ଟା ୪୫ରୁ ୧ଟା ୩୦ ମଧ୍ୟରେ ଭୋଗ ମଣ୍ଡପ ହେବ। […]

author-image
Rosalin Rath
ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

puri

ପୁରୀ: ଆଜି ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିଷ୍ଟ ନୀତି ସବୁ ସଂପନ୍ନ ହୋଇଛି। ୧୦ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହେବ। ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ କରାଯିବ।

Advertisment

ଦିନ ୧୨ଟାରୁ ୧ଟା ମଧ୍ୟରେ ହେବ ମଇଲମ ଓ ବେଶ। ୧୦ଟା ୪୫ରୁ ୧ଟା ୩୦ ମଧ୍ୟରେ ଭୋଗ ମଣ୍ଡପ ହେବ। ଅପରାହ୍ମ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଓ ୨ଟା ୧୫ରୁ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ନୀତିହେବ। ଅପରାହ୍ମ ୪ଟାରେ ମଇଲମ ଓ ୪ଟା ୩୦ରେ ତଡ଼ପଲାଗି ହେବ। ଗ୍ରହଣ ସ୍ପର୍ଶ ରାତି ୧ଟା ୩୦ ମିନିଟ ୫୨ ସେକେଣ୍ଡ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି ହେବ।

ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ମହାପ୍ରଭୁ ନୀଳକନ୍ଦରକୁ ଫେରିବା ପରେ ଆଜି ନୀଳାଚଳ ଅବଢ଼ା ବାହାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Advertisment
Advertisment
Advertisment