pari-6-30
ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଜଣେ ଗିରଫ। ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି SIT। ଆସନ୍ତାକାଲି ପକ୍ସୋ କୋର୍ଟରେ SIT ହାଜର କରିବ। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।ସେ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ। ଗିରଫଦାରୀକୁ ନେଇ ପରୀର ବାପା ମା କିଛି ଜାଣିନାହାନ୍ତି। ସେ କହିଛନ୍ତି ଯେ, ଅନ୍ଧାରରେ ବାଡ଼ି ନ ବୁଲାଇ ପ୍ରକୃତ ଦୋଷୀକୁ ଗିରଫ କରାଯାଉ। କିନ୍ତୁ ଅପରପକ୍ଷେ କାଲି ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ SIT ଉଠାଇ ନେଇଥିଲା। ୧୨ ଘଣ୍ଟାର ପଚରାଉଚରା ଓ ଲାଏ ଡିଟେକ୍ସନ ପରେ ଛାଡ଼ିଥିଲା। ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ନେଇ ସରୋଜଙ୍କ ଭଉଣୀ ସୂଚନା ଦେଇଥିଲେ। ୩ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଛି ବୋଲି ସରୋଜଙ୍କ ଭଉଣୀ କହିଥିଲେ। ମାଆ, ଭଉଣୀଙ୍କୁ SIT ଛାଡ଼ି ଦେଇଥିଲେ ବି ସରୋଜକୁ ଅଟକ ରଖିଥିଲା ପୋଲିସ୍।
ଆଗରୁ ସରୋଜ ସେଠୀ କହିଥିଲେ ଯେ ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିଲେ ଅରୁଣ ବୋଥ୍ରା। ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍ ମୋତେ ୫ ଲକ୍ଷ ଯାଚିଥିଲେ। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଥିବା ନେଇ ସେ ଗଣମାଧ୍ୟମକୁ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pari-6-30_1626328983.jpg)