Advertisment

୨କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏସ୍‌ପି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ୨୦ କରୋନା ପଜିଟିଭ ଚିହ୍ନଟ।  ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ମହିଳା କନଷ୍ଟେବଳ। ସେମାନେ ସୁନ୍ଦରଗଡ଼ ଶଙ୍କରା ଅଂଚଳରେ ରହୁଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ସୁନ୍ଦରଗଡ଼ ଏସପି ମଧ୍ୟ ଆସିଥିବା ସୂଚନା ରହିଛି । ଯାହାକୁ ନେଇ ସୁନ୍ଦରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଏହି ୨ଜଣ ମହିଳା ପୋଲିସ କର୍ମଚାରୀ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ନେଇ ଜୁନ୍ ୨୫ରୁ ୩୦ ତାରିଖ ଯାଏ […]

author-image
Mahasweta Baral
୨କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏସ୍‌ପି

sundar

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ୨୦ କରୋନା ପଜିଟିଭ ଚିହ୍ନଟ।  ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ମହିଳା କନଷ୍ଟେବଳ। ସେମାନେ ସୁନ୍ଦରଗଡ଼ ଶଙ୍କରା ଅଂଚଳରେ ରହୁଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ସୁନ୍ଦରଗଡ଼ ଏସପି ମଧ୍ୟ ଆସିଥିବା ସୂଚନା ରହିଛି ।

Advertisment

ଯାହାକୁ ନେଇ ସୁନ୍ଦରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଏହି ୨ଜଣ ମହିଳା ପୋଲିସ କର୍ମଚାରୀ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ନେଇ ଜୁନ୍ ୨୫ରୁ ୩୦ ତାରିଖ ଯାଏ ରାଉରକେଲାରେ ଡ୍ୟୁଟିରେ ଥିଲେ।

ସୂଚନାଥାଉକି, ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ କେସ ୧୪୭ ଅଛନ୍ତି।

Advertisment
Advertisment
Advertisment