Advertisment

ଆଇନ୍‌ଜୀବୀଙ୍କ ମତ: ପୋଲିସ୍ ଆଗରେ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲା ରେ ବିଭିନ୍ନ ଗଣମାଧ୍ୟମରେ ଅଭିଯୁକ୍ତ ନାବାଳକର ଏକ ଭିଡିଓ ଫୁଟେଜ୍ ପ୍ରସାରିତ ହେଉଛି। ଯେଉଁଥିରେ ଜଣେ ଅଧିକାରୀ ଅଭିଯୁକ୍ତକୁ ପ୍ରଶ୍ନ କରୁଛନ୍ତି, ଏବଂ ତାର ଉତ୍ତରରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ହତ୍ୟା କରିଛି ବୋଲି ସ୍ୱୀକାର କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓକୁ ନେଇ ନାବାଳିକାର ବାପା ମା ପ୍ରଶ୍ନ ଉଠାଇଛନ୍ତି। ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ ଘଟଣାରେ ଭାଇରାଲକୁ ନେଇ ପ୍ରଶ୍ନ ନାବାଳିକାର ମା ସୌଦାମିନି […]

ଆଇନ୍‌ଜୀବୀଙ୍କ ମତ:  ପୋଲିସ୍ ଆଗରେ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ

nayagarh

Advertisment

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲା ରେ ବିଭିନ୍ନ ଗଣମାଧ୍ୟମରେ ଅଭିଯୁକ୍ତ ନାବାଳକର ଏକ ଭିଡିଓ ଫୁଟେଜ୍ ପ୍ରସାରିତ ହେଉଛି। ଯେଉଁଥିରେ ଜଣେ ଅଧିକାରୀ ଅଭିଯୁକ୍ତକୁ ପ୍ରଶ୍ନ କରୁଛନ୍ତି, ଏବଂ ତାର ଉତ୍ତରରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ହତ୍ୟା କରିଛି ବୋଲି ସ୍ୱୀକାର କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓକୁ ନେଇ ନାବାଳିକାର ବାପା ମା ପ୍ରଶ୍ନ ଉଠାଇଛନ୍ତି।

Advertisment
publive-imageନାବାଳିକା ହତ୍ୟା ମାମଲାର ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ ଘଟଣାରେ ଭାଇରାଲକୁ ନେଇ ପ୍ରଶ୍ନ ନାବାଳିକାର ମା ସୌଦାମିନି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ SIT କୋର୍ଟକୁ ଭିଡିଓ ଦେଇଥିଲା, ତାହାହେଲେ ଭାଇରାଲ କେମିତି ହେଲା? ଯେଉଁମାନେ ସାକ୍ଷୀ ଅଛନ୍ତି, ସବୁ ବାବୁଲି ନାୟକ ଲୋକ। ମନ୍ତ୍ରୀ ଅରୁଣ ସାହୁ କାହାକୁ ଘୋଡ଼ାଇବାକୁ ଧମକାଉଥିଲେ? SIT ତାମସା କରୁଛି, ତା ଉପରେ ଭରସା ନାହିଁ। ତାକୁ ବାଡ଼େଇ କି ଟଙ୍କା ଲୋଭ ଦେଖାଇ ଏସବୁ କୁହାଇଛନ୍ତି ବୋଲି ନାବାଳିକାର ମା ସୌଦାମିନୀ କହିଛନ୍ତି।
ସେହିପରି ନାବାଳିକାର ବାପା କହିଛନ୍ତି ଯେ ଭିଡିଓ କୋର୍ଟକୁ ଦିଆଯାଇଥିଲା। କୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବାହାରେ କିପରି ଭାଇରାଲ୍ ହେଲା? ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମନ୍ତ୍ରୀଙ୍କୁ ଘୋଡ଼ାଇବାକୁ SITର ଏହା ନାଟକ। ସିବିଆଇ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପରୀର ବାପା କହିଛନ୍ତି।

ଗଣମାଧ୍ୟମରେ ପ୍ରସାରିତ ଏହି ଭିଡିଓ ଫୁଟେଜ୍‌ ପ୍ରକୃତ ସତ୍ୟାସତ୍ୟ କଣ ତାହା ଜଣାପଡିନାହିଁ ଏପିରିକି ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ପକ୍ଷରୁ ମଧ୍ୟ ଏନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ସେପଟେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଅଭିଯୁକ୍ତର ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକ କହିଛନ୍ତି। ନାବାଳିକା ହତ୍ୟା ମାମଲାରେ ଗିରଫ ନାବାଳକ ଅଭିଯୁକ୍ତ ଜଣକ ଏବେ ଅନୁଗୁଳ ସ୍ଥିତ ଜୁଭେନାଇଲ୍ ହୋମ୍‌ରେ ଅଛି।

Advertisment
ଯଦି ପୋଲିସ୍ ହେପାଜତରେ ଥିବା ସମୟରେ କୌଣସି ଅଭିଯୁକ୍ତ ସ୍ୱୀକାରୋକ୍ତି ନେଇ ପ୍ରତିକ୍ରିୟା ରଖେ, ତାହା କୋର୍ଟରେ ଗ୍ରହଣୀୟ ନୁହେଁ।
-ସଞ୍ଜୀବ ମାରିକ, ପୂର୍ବତନ ପୋଲିସ୍ ଡିଜି
ପୋଲିସ୍ ଆଗରେ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ। ତାର କୌଣସି ପ୍ରମାଣଗତ ତଥ୍ୟ ଆଧାର ନାହିଁ। କିମ୍ବା ତାହା ଏକ ପ୍ରାମାଣିକ ତଥ୍ୟ ବୋଲି ଆଇନ୍‌ରେ ଗ୍ରହଣୀୟ ନୁହେଁ। 
-ଧରଣୀଧର ନାୟକ, ବରିଷ୍ଠ ଆଇନ୍‌ଜୀବୀ
Advertisment
ଅଭିଯୁକ୍ତ ପିଲାଟି ସହ କଥା ହେବା ପରେ ଆମେ ହୃଦୟଙ୍ଗମ କରୁଛୁ ଯେ ସେ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ। ଯେଉଁ ନାବାଳକକୁ ସାବାଳକ କରି ମିଛ କେସ୍‌ରେ ଫସାଇ ଦେଇଥିଲେ, ଖୁବ୍‌ଶୀଘ୍ର ଆମେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବୁ।   
-ମାନସ ଚାନ୍ଦ, ଅଭିଯୁକ୍ତର ଓକିଲ
ନାବାଳିକା ହତ୍ୟା ପ୍ରସଙ୍ଗରେ ଯେଉଁ ଅଭିଯୁକ୍ତକୁ ଧରାହେଲା, ସେ ବିଭ୍ରାନ୍ତିକର ତଥା ମିଛ କଥା କହୁଥିଲା। ଜଣେ ଅପରାଧୀ ଭାବେ ସେ ସାଧାରଣ ଲୋକଙ୍କୁ କ୍ଷମା ମାଗିବା କଥା। 
-ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ 

Pari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ