Advertisment

ଗୁଣି ଗାରେଡି ସନ୍ଦେହରେ ୨ ଅଟକ, ୭ ଫେରାର

କଳାହାଣ୍ଡି: ଗାଁ ମୁଣ୍ଡରେ ତନ୍ତ୍ର ସାଧନ ଏବଂ ଗୁଣି ଗାରେଡି ସନ୍ଦେହରେ ପୋଲିସ ଦ୍ୱାରା ୨ ଜଣ ଅଟକ। ୭ ଜଣ ଜାଗା ଛାଡି ଫେରାର ହୋଇଛନ୍ତି। ଏମିତି ଏକ  ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ରଙ୍କାବାହାଲ ଗାଁରେ। ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଏକ ଖାଲ ଖୋଳୁଥିବା ଲୋକେ ଦେଇଥିଲେ। ପଖରେ ଅସ୍ଥି, ଫୁଲମାଳ, ବିଭିନ୍ନ ପୁଜା ସାମଗ୍ରୀ ପଡିଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଏକତ୍ରିତ ହୋଇ  […]

author-image
Biswobandita Swain
ଗୁଣି ଗାରେଡି ସନ୍ଦେହରେ ୨ ଅଟକ, ୭ ଫେରାର

guni-garedi

କଳାହାଣ୍ଡି: ଗାଁ ମୁଣ୍ଡରେ ତନ୍ତ୍ର ସାଧନ ଏବଂ ଗୁଣି ଗାରେଡି ସନ୍ଦେହରେ ପୋଲିସ ଦ୍ୱାରା ୨ ଜଣ ଅଟକ। ୭ ଜଣ ଜାଗା ଛାଡି ଫେରାର ହୋଇଛନ୍ତି। ଏମିତି ଏକ  ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ରଙ୍କାବାହାଲ ଗାଁରେ। ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଏକ ଖାଲ ଖୋଳୁଥିବା ଲୋକେ ଦେଇଥିଲେ। ପଖରେ ଅସ୍ଥି, ଫୁଲମାଳ, ବିଭିନ୍ନ ପୁଜା ସାମଗ୍ରୀ ପଡିଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା।

Advertisment

ପରେ ଏକତ୍ରିତ ହୋଇ  ଗ୍ରାମବାସୀ ଚଢାଉ କରିବାରୁ ୭ ଜଣ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ହେଲେ ଯୋଗେଶ୍ୱର ବଚ୍ଛା ଏବଂ ଶରତ ସରଖେଲ ନାମକ ୨ ଜଣଙ୍କୁ ଗ୍ରାମବାସୀ କାବୁ କରିନେଇଥିଲେ। ପରେ ଖବର ଦେବାରୁ ପୋଲିସ ସେମାନଙ୍କୁ ଆସି ଥାନାକୁ ନେଇଥିଲା। ତେବେ ଅଟକ ୨ ଜଣ କିଛି ଜାଣିନଥିବାଏବଂ ସେମାନଙ୍କୁ ମାଟି ହାଣିବାକୁ କହି ନେଇଆସିଥିବା କହିଛନ୍ତି। ତେଣୁ ଏହା ପଛରେ କେଉଁମାନଙ୍କ ହାତ ଅଛି ପୋଲିସ ଅଧିକ ଖୋଲତାଡ ଚଳାଇଛି।

Advertisment
Advertisment