/odishatv-khabar/media/post_attachments/uploadimage/library/16_9/16_9_0/jamini_1625308158.jpg)
jamini
ଭୁବନେଶ୍ୱର: ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଛି ପୋଲିସ ପୁଅ। ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନାର ଜଣେ ପୋଲିସ କର୍ମଚାରୀଙ୍କ ପୁଅକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାମିନୀକାନ୍ତ ଜେନା। ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ପୋଲିସ୍ ତାକୁ ଗିରଫ କରିଛି।
ତମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଥିଲା। ବୋହୂଙ୍କୁ ବିଜୟ ଏବଂ ପୁଅ ଯାମିନୀ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା। ଯାମିନୀଙ୍କ ଶ୍ୱଶୁର ଘର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଯାମିନୀଙ୍କ ଶ୍ୱଶୁର ଘର ଲୋକଙ୍କ ମୁତାବକ, ସେମାନଙ୍କ ଝିଅ ବେହୋସ ହୋଇଯାଇଛି ଏବଂ ତାଙ୍କୁ ହସ୍ପିଟାଲ ନିଆଯାଇଛି ବୋଲି ପ୍ରଥମେ ଜ୍ୱାଇଁ ଜଣାଇଥିଲେ। ହେଲେ ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଏବଂ ତାଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିବା କହିଥିଲେ। ଝିଅର ବେକରେ ଦଉଡ଼ି ଭିଡିଲା ଭଳି ଚିହ୍ନ ରହିଥିଲା ଏବଂ ଶରୀର ନୀଳ ପଡ଼ିଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)