kalahandi
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମା’କୁ ମାରି ପୋତି ଦେଇଥିଲା ପୁଅ। ଘଟଣା ଜଣାପଡ଼ିଯିବା ପରେ ସେ ଫେରାର ହୋଇଯାଇଛି। ପୁଲିସ୍ ମୃତ ଶରୀରକୁ ବାହାର କରି ବ୍ୟବଚ୍ଛେଦ କରାଇଛି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନଗାଁରେ।
ମୃତ ମହିଳାଙ୍କ ନାଁ ଲଙ୍କା ବେୱା। ଫେରାର ହୋଇଯାଇଥିବା ତାଙ୍କ ପୁଅ ନାଁ ରମେଶ ବେମାଳ।
ଫେବୃଆରୀ ୨୫ ତାରିଖରେ କୌଣସି କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ରାଗି ଯାଇ ରମେଶ ତା’ ମା’ଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା। ସେ ତାଙ୍କ ପେଟରେ ଛୁରୀ ଭୁସି ଦେଇଥିଲା। ପରେ ମା’ଙ୍କୁ ନେଇ ସେ ପ୍ରଥମେ କୋକସରା ଡାକ୍ତରଖାନା ଯାଇଥିଲା ଓ ତା’ପରେ ଭବାନୀପାଟଣା ଡାକ୍ତରଖାନାକୁ ନେଇଥିଲା। ଡାକ୍ତରଖାନାରୁ ଫେରିବା ପରେ ଗତକାଲି ଲଙ୍କା ବେୱାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ କାହାକୁ କିଛି ନ ଜଣାଇ ରମେଶ ମା’ଙ୍କ ମୃତଦେହକୁ ପୋତି ଦେଇଥିଲା।
ଏ ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ମାଟି ଖୋଳି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପୁଲିସ୍ ରମେଶ ନାଁରେ ହତ୍ୟା ମାମଲା ରୁଜୁ କରିଛି। ସେ ଫେରାର ଅଛି। ତାକୁ ଧରିବାକୁ ପୁଲିସ୍ ତନାଘନା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalahandi-123-1_1626757400.jpg)