/odishatv-khabar/media/post_attachments/uploadimage/library/16_9/16_9_0/death_1626338801.jpg)
death
ବରଗଡ଼( ଦୀପକ ଶର୍ମା): ବାପାକୁ ହତ୍ୟା କରି ଘର ଭିତରେ ମାଟି ଖୋଳି ପୋତିବାକୁ ଉଦ୍ୟମ କରିଛି ପୁଅ। ଏମିତି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ତରଭା ଗାଁରୁ। ମୃତକଙ୍କ ନାଁ ପର୍ଶୁରାମ ସାହୁ।
Advertisment
ପୁଅ କମ୍ପାଲ ସାହୁ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଘର ଭିତରେ ପୋତି ଦେଉଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ତାସହ ମୃତଦେହକୁ ଜବତ କରିଛି।
ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ବି ପାରିବାରିକ କଳହରୁ ପୁଅ ବାପାଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)