/odishatv-khabar/media/post_attachments/uploadimage/library/16_9/16_9_0/son-death_1626685929.jpg)
son death
ବ୍ରହ୍ମପୁର : ମାଆର ଦଶାହରେ ପୁଅର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗାଁରେ। ଗାଁର ପ୍ରଶାନ୍ତ କୁମାର ପଟ୍ଟନାୟକ ଗତକାଲି ଭୋରରୁ ମାଆଙ୍କ ଦଶାହ କାର୍ଯ୍ୟ ପାଇଁ ବ୍ୟସ୍ତ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Advertisment
ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଶାନ୍ତ ଜଣେ ସରକାରୀ ନେହେରୁ ବିଦ୍ୟାପୀଠ ଉଚ୍ଚବିଦ୍ୟାଳୟରେ କିରାଣୀ ଭାବେ ଚାକିରୀ କରୁଥିବାବେଳେ ଏଭଳି ଘଟଣା ଶୁଣି ବିଦ୍ୟାଳୟର କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀ ଗାଁରେ ଶେଷ ଦର୍ଶନ ପାଇଁ ରୁଣ୍ଡ ହୋଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)