/odishatv-khabar/media/post_attachments/uploadimage/library/16_9/16_9_0/snake-4_1625391782.jpg)
snake
ବାଙ୍କୀ: ବେଡ୍ ରୁମରେ ନାଗ ସାପ। ଗଦି ଭିତରେ ଲୁଚି ଥିଲା ଏହି ବିଷାକ୍ତ ସାପ। ଏହି ଘଟଣା ହେଉଛି କଟକ ଜିଲ୍ଲା ବାଙ୍କୀ ହରିରାଜପୁର ଗାଁର। ଗାଁ'ର ଶରତ ପଣ୍ଡାଙ୍କ ଘରେ ସାପ ପ୍ରବେଶ କରିବା ଦେଖି ସେ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ।
Advertisment
ପ୍ରବଳ ବର୍ଷା ଭିତରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଘରେ ବହୁତ ଖୋଜାଖୋଜି କରିଥିଲେ ହେଁ ସାପକୁ ପାଇନଥିଲେ। ତେବେ କିଛି ସମୟ ପରେ ଗଦି ଭିତରୁ ମିଳିଥିଲା ଏହି ବିଷଧର ନାଗ। ଏହି ସାପର ଲମ୍ବ ୫ ଫୁଟରୁ ଅଧିକ ଥିଲା ବୋଲି କୁହାଯାଉଛି।
ସାପକୁ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଛନ୍ତି ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ। ବର୍ଷା ଯୋଗୁଁ ଗାତରେ ପାଣି ପଶି ଯାଉଥିବାରୁ ସାପ ଘରକୁ ପଶି ଆସିଥିବା ଅନୁମାନ କରାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)