Advertisment

କିଏ ସିଏ ଦବଙ୍ଗ ବିଧାୟକ ? ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ବିଧାନସଭା

ଭୁବନେଶ୍ୱର : ପୁଣି ଥରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ବିଧାନସଭା । ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ। ସ୍ମିତାରାଣୀଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଜାଣିବାର ଅଧିକାର ସମସ୍ତଙ୍କର ରହିଛି। ଯଦି, ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ତେବେ ରୂପେଶ କାହିଁକି ପୁଲିସ୍‌କୁ ଖବର ଦେଲେନି। କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ? ରୂପେଶ ଘଟଣା ସମୟର ଫଟୋ କାହିଁକି ଉଠେଇନଥିଲେ […]

author-image
Pradesh Pratyush
କିଏ ସିଏ ଦବଙ୍ଗ ବିଧାୟକ ? ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ବିଧାନସଭା

smita rani

ଭୁବନେଶ୍ୱର : ପୁଣି ଥରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ବିଧାନସଭା । ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ। ସ୍ମିତାରାଣୀଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଜାଣିବାର ଅଧିକାର ସମସ୍ତଙ୍କର ରହିଛି। ଯଦି, ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ତେବେ ରୂପେଶ କାହିଁକି ପୁଲିସ୍‌କୁ ଖବର ଦେଲେନି। କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ? ରୂପେଶ ଘଟଣା ସମୟର ଫଟୋ କାହିଁକି ଉଠେଇନଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।

Advertisment

ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟଙ୍କୁ କାହିଁକି ମାମଲାରୁ ବାଦ୍ ଦିଆଗଲା । ଏହାସହ ରାମ୍‌କୋ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ଦୋହରେଇଛନ୍ତି ସେ । ଖାଲି ଏତିକି ନୁହେଁ ରୂପେଶଙ୍କ ରଙ୍ଗମହଲ କେଉଁ ଦବଙ୍ଗ ବିଧାୟକଙ୍କ ଆର୍ଶିବାଦରେ ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ତେବେ ଏହି ପ୍ରଶ୍ନ ପରେ କେଉଁ ଦବଙ୍ଗ ବିଧାୟକଙ୍କୁ ପ୍ରଦିପ୍ତ ନାୟକ ଇସାରା କରିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment
Advertisment