/odishatv-khabar/media/post_attachments/uploadimage/library/16_9/16_9_0/anirudha_1625130138.jpg)
anirudha
ଖୋର୍ଦ୍ଧା: ସାରୁଅ ଜମି ମାମଲାରେ ମାତ୍ରାଧିକ ଆକ୍ରୋଶ ରଖି ପୋଲିସ ଦ୍ୱାରା ଗିରଫ ହୋଇଥିବା ସାଇଟ୍ ଇନ୍ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ମିଳିଲା ଜାମିନ। ଖୋର୍ଦ୍ଧା ADJ-2 କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ରାତି ଅଧିଆ ପୋଲିସ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲା।
ଶୋଇଥିବାବେଳେ ୧୫ରୁ ୨୦ ଜଣ ପୋଲିସ ସଦଳବଳେ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍ ଭିତରକୁ ଧସେଇ ପଶିଥିଲେ। ପେଶାଗତ ଅପରାଧୀଙ୍କ ଭଳି ପୋଲିସ ତାଙ୍କୁ ହଠାତ ସେଠାରୁ ତାଙ୍କୁ ଉଠାଇ ନେଇଥିଲା। ସାରୁଅ ଜମି ମାମଲା ସମ୍ପର୍କିତ ଏକ ପୁରୁଣା ମାମଲାରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳୁଛି।
ପୂର୍ବରୁ ଏହି ମାମଲାରେ ନୋଟିସ ମୁତାବକ ଅନିରୁଦ୍ଧ ଏକାଧିକ ବାର ପୋଲିସ ନିକଟରେ ହାଜର ହୋଇଛନ୍ତି। ତଦନ୍ତ ପ୍ରକ୍ରିୟାରେ ମଧ୍ୟ ପୋଲିସକୁ ସବୁ ପ୍ରକାର ସହଯୋଗ କରିଛନ୍ତି। ଏହାସତ୍ତ୍ୱେ ଯେଉଁଭଳି ଢଙ୍ଗରେ ରାତି ଅଧିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)