/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error938_1625494087.jpg)
vlcsnap-error938
ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଛି ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ରୀତିନୀତି ଅନୁଯାୟୀ କେଦାର ଗୌରୀ ମନ୍ଦିରରେ ମଙ୍ଗଳବାର ରାତି ୧୧ଟା ୩୦ରେ ବିବାହ ଆରମ୍ଭ ହୋଇଥିଲା । ବୁଧବାର ଭୋର ୪ଟା ୩୦ରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବିବାହ ପରେ କେଦାର ଗୌରୀ ମନ୍ଦିରରେ ପରବର୍ତ୍ତୀ ପୂଜା ଓ ନୀତି ମଧ୍ୟ ଅନୁଷ୍ଠିତ ହୋଇଛି ।
ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଦେବଦମ୍ପତି ମନ୍ଦିର ଫେରିବେ । ଏହା ପରେ ଦେବ ଦମ୍ପତିଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହେବ । ମଙ୍ଗଳବାର ରାତି ୧୦ଟା ୪୫ରେ ଶ୍ରୀ ଲିଙ୍ଗରାଜ, ମାତା ପାର୍ବତୀ ଓ ବାସୁଦେବଙ୍କ ଚଳନ୍ତି ପ୍ରତିମା କେଦାର ଗୌରୀ ମନ୍ଦିର ବିଜେ କରିଥିଲେ । ଏହା ପରେ ଅନୁଷ୍ଠିତ ହୋଇଥିଲା ବିବାହ ଉତ୍ସବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ୨୫ ଜଣ ସେବାୟତ ଉପସ୍ଥିତ ଥିଲେ ।
/odishatv-khabar/media/post_attachments/wp-content/uploads/2021/06/vlcsnap-error029.png)
ସେହିଭଳି ସମ୍ବଲପୁରରେ ମଧ୍ୟ କୋଭିଡ କଟକଣା ଭିତରେ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି । ଦେବ ଦମ୍ପତିଙ୍କ ବାହାଘର ସରିବା ପରେ ଏବେ ମନ୍ଦିରରେ ଅନ୍ୟ ରୀତିନୀତି ଚାଲିଛି । ଗତକାଲି ବିଳମ୍ବିତ ରାତିରେ ସରିଥିଲା ବାହାଘର । କରୋନା କଟକଣା ଯୋଗୁଁ ମନ୍ଦିର ଭିତରେ ସମସ୍ତ ରୀତିନୀତି ହୋଇଥିଲା । ରାତିରେ ବିଭିନ୍ନ ଶିବ ମନ୍ଦିରରେ ବର ବେଶରେ ମହାଦେବ ପହଞ୍ଚିବା ପରେ ସ୍ୱତନ୍ତ୍ର ଆଳତି ହୋଇଥିଲା । ଆଉ ବ୍ରାହ୍ମ ମୁହୂର୍ତ୍ତରେ ଶିବ-ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି ।
ଏହା ପୂର୍ବରୁ ଚଳିତ ବର୍ଷର କନ୍ୟା ପିତାମାତାମାନେ ଶିବ ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ନିଜ ନିଜ ଘରକୁ ନେଇଥିଲେ । ସେଠାରେ ବିବାହର ସମସ୍ତ ରୀତିନୀତି କରିବା ପରେ ପୁଣି ମନ୍ଦିରକୁ ଫେରିଥିଲେ । ଆଉ ରାତିରେ ସହରର ବିଭିନ୍ନ ମନ୍ଦିରରେ ହୋଇଥିଲା ଭୋଲାବାବାଙ୍କ ସହ ମା’ଙ୍କ ବିବାହ ଉତ୍ସବ । ତେବେ ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କରୋନା କଟକଣା ଯୋଗୁଁ ସୀମିତ ଲୋକ ଓ ନୀତିକାନ୍ତି ସହ ସଂପୃକ୍ତ ଥିବା ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଛି ।
ଅନ୍ୟପଟେ ଭଦ୍ରକ ଜିଲ୍ଲା ଆଖଣ୍ଡଳମଣିଙ୍କ ମନ୍ଦିରରେ ମଧ୍ୟ ମଙ୍ଗଳବାର ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା । ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ଦ୍ୱିତୀୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)