Advertisment

ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ୧ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ

ବାରିପଦା: ବେକାବୁ ହେଉଛି ଶିମିଳିପାଳ ନିଆଁ।  ହୁ ହୁ ହୋଇ ଜଳୁଛି ଜଙ୍ଗଲ।  ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ହଜାରେରୁ ଅଧିକ ଲୋକ ନିଆଁ ଲିଭାଉଛନ୍ତି । ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏଥିପାଇଁ ୪୦ଟି ଗାଡ଼ି ଓ ୨୪୦ଟି ବ୍ଲୋୟର ମେସିନ ଲଗାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି  । ସେପଟେ ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଘଟଣାସ୍ଥଳକୁ […]

author-image
Prangyan Parimita
ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ୧ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ

similipal

ବାରିପଦା: ବେକାବୁ ହେଉଛି ଶିମିଳିପାଳ ନିଆଁ।  ହୁ ହୁ ହୋଇ ଜଳୁଛି ଜଙ୍ଗଲ।  ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ହଜାରେରୁ ଅଧିକ ଲୋକ ନିଆଁ ଲିଭାଉଛନ୍ତି । ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏଥିପାଇଁ ୪୦ଟି ଗାଡ଼ି ଓ ୨୪୦ଟି ବ୍ଲୋୟର ମେସିନ ଲଗାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି  । ସେପଟେ ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଘଟଣାସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି। ନିଆଁ କେମିତି ଲାଗିଲା ଓ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସ୍ଥାନୀୟ ଅଧିକାରୀଙ୍କ ସହ ପିସିସିଏଫ୍ ଆଲୋଚନା କରି ଆସନ୍ତାକାଲି ରିପୋର୍ଟ ଦେବୋ।

Advertisment

ସେପଟେ ଶିମିଳପାଳରେ ନିଆଁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୟୂରଭଞ୍ଜର ଭଞ୍ଜ ପରିବାର।  ୧୦ ଦିନ ଧରି ଜଙ୍ଗଲରେ ନିଆଁ, ଲାଗିଛି ତେବେ ଏନେଇ ସରକାରୀ ସ୍ତରରେ ଯେତେ ତତ୍ପରତା ଦେଖାଇବା କଥା ତାହା ହୋଇନି। ନିଆଁଲାଗିବା ନୂଆ କଥା ନୁହେଁ ବହୁ ବର୍ଷରୁ ଏପରି ନିଆଁଲାଗୁଛି । ନିଆଁଲାଗିବା ମନୁଷ୍ୟକୃତ। ବେଆଇନ ଖନନ, ଶିକାର ଏହି ସମୟରେ ଜଙ୍ଗଲରେ ବଢ଼ିଯାଏ । ଜଙ୍ଗଲରେ ନିଆଁ ଦ୍ୱାରା ପ୍ରଦୂଷଣ ମାତ୍ରା ବୃଦ୍ଧି ଘଟେ ବୋଲି କହିବା ସହ ଚିନ୍ତା ପ୍ରକଟ କରିଛନ୍ତି ରାଜକୁମାରୀ ଅକ୍ଷିତା ଏମ୍. ଭଞ୍ଜଦେଓ ।

Advertisment

ଶିମିଳିପାଳ ଜିଲ୍ଲାବାସୀଙ୍କ ଲାଇଫଲାଇନ୍ । ଏହା ଉପରେ ସାରା ରାଜ୍ୟବାସୀ ନିର୍ଭର କରିଥାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏଦିଗରେ ଧ୍ୟାନ ଦିଅନ୍ତୁ । ଏନେଇ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ସମୟ ଆସିଛି । ଜଙ୍ଗଲ ନିଆଁକୁ ପ୍ରାକୃତିକ ବିପର୍ଯ୍ୟ ଭଳି ଗୁରୁତ୍ୱ ସହ ନେବାକୁ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ନିବେଦନ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶିମିଳିପାଳରେ ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହା ଏସିଆ ମହାଦେଶ ପାଇଁ ଭଲ ସଂକେତ ନୁହେଁ ବୋଲି ସେ ଟ୍ୱିଟ୍ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦଷ୍ଟି ଆକର୍ଷଣ କରିଛନ୍ତି।

Fire In Similipal Forest
Advertisment
Advertisment