/odishatv-khabar/media/post_attachments/uploadimage/library/16_9/16_9_0/Capture-4_1625463404.jpg)
Capture
ମୋହନା: ରେଶମ ଶିଳ୍ପର ବିକାଶ ସହ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ସରକାରୀ ପ୍ରତ୍ସାହନ ଅଭାବରୁ ଏବେ ବହୁ ରେଶମ ଚାଷୀ ଚାଷ ଛାଡି ଅନ୍ୟ ପନ୍ଥା ଆପଣାଇଛନ୍ତି । ଗତ ତିନି ବର୍ଷ ହେଲାଣି ଜିଲ୍ଲାରେ ଥିବା ଏକମାତ୍ର ରେଶମ ବିକାଶ କେନ୍ଦ୍ର ଏବେ ବନ୍ଦ ପଡିଛି ।
/odishatv-khabar/media/post_attachments/wp-content/uploads/2021/07/vlcsnap-error356.png)
ଗଜପତି ଜିଲ୍ଲାରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଲୋକ ରେଶମ ଚାଷ କରି ଜୀବିକା ନିର୍ବାହ କରୁଥିଲେ । ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଜିଲ୍ଲାରେ ମାତ୍ର ୩ ଶହ ଚାଷୀ, ଏହି ରେଶମ ଚାଷ ଉପରେ ନିର୍ଭରଶୀଳ । ବିଭିନ୍ନ ରେଶମ କେନ୍ଦ୍ରରୁ ରେଶମ ପୋକ ନେଇ ତାକୁ ଲାଳନପାଳନ କରି ସେଥିରୁ ବାହାରୁଥିବା କୋଷଗୁଡିକୁ କେନ୍ଦ୍ରରେ କିଲୋ ପିଛା ମାତ୍ର ୨ ଶହରୁ ୩ ଶହ ଟଙ୍କାରେ ବିକ୍ରିହୁଏ । ରେଶମ ଚାଷ ପାଇଁ ମାଲବାରୀ ଗଛର ସୁରକ୍ଷା ପାଇଁ ତାରବାଡ଼ କିମ୍ବା ଚାଷ ପାଇଁ ଘର ଯୋଗାଇ ଦିଆଯାଉନାହିଁ । ତେୁଣ ଉନ୍ନତମାନର କୋଷ ଉତ୍ପାଦନ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।
/odishatv-khabar/media/post_attachments/wp-content/uploads/2021/07/vlcsnap-error826.png)
ଗତ ୧୯୮୩ ମସିହାରେ କେନ୍ଦ୍ରୀୟ ରେଶମ ବୋର୍ଡ ପକ୍ଷରୁ ଜିଲ୍ଲାର ଆର.ଉଦୟଗିରି ବ୍ଳକ ତରଳସିଂଠାରେ ରୋଶମ ପୋକ ଓ ଅଣ୍ଡା ପ୍ରସ୍ତୁତି ପାଇଁ ରେଶମ ବିକାଶ କେନ୍ଦ୍ର ଆରମ୍ଭ କରାଯାଇଥିଲା । ଅଞ୍ଚଳର ଶହ ଶହ ଚାଷୀମାନେ ସେଠାରୁ ରେଶମ ପୋକ ନେଇ ଚାଷ କରିବା ପରେ କୋଷ ବିକ୍ରି କରି ଲାଭବାନ ହେଉଥିଲେ । କିନ୍ତୁ ଗତ ୩ ବର୍ଷ ହେଲା ରେଶମ ବିକାଶ କେନ୍ଦ୍ର ବନ୍ଦ ଥିବାରୁ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
/odishatv-khabar/media/post_attachments/wp-content/uploads/2021/07/vlcsnap-error513.png)
ରେଶମ ବିକାଶ କେନ୍ଦ୍ରଟି ପୁଣି ଥରେ କାର୍ଯ୍ୟକ୍ଷମ ହେଲେ, ଅଞ୍ଚଳରେ ଶହ ଶହ ଚାଷୀ ଉପକୃତ ହେବା ସହ ବହୁ ବେକାରୀ ଯୁବକ ଯୁବତୀମାନେ କର୍ମ ନିଯୁକ୍ତି ପାଇବେ । ଏହି କେନ୍ଦ୍ର ବନ୍ଦ ହେବା ପରେ ଏବେ ବାହ୍ୟ ରାଜ୍ୟରୁ ରେଶମ ପୋକ କିଣି ଆଣି ମାତ୍ର ୩ ଶହ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ତୁରନ୍ତ ଏହି ରେଶମ ବିକାଶ କେନ୍ଦ୍ର ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଖୁବ୍ ଶୀଘ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି ରେଶମ ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୋଜେକ୍ଟ ଦିଆଯାଇଛି ବୋଲି ରେଶମ ଶିଳ୍ପ ସହକାରୀ ନିର୍ଦ୍ଦେଶକ କହିଛନ୍ତି ।
/odishatv-khabar/media/post_attachments/wp-content/uploads/2021/07/vlcsnap-error165.png)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)