Advertisment

BJD Crisis : ବିଜେଡିକୁ ଜଗନ୍ନାଥ ହିଁ ଭରସା, ନାଁ ନନେଇ ସୋସିଆଲ୍ ମିଡିଆରେ ଧୋଇଲେ ଶ୍ରୀମୟୀ-ଏଲିନା

ବିଜେଡିକୁ ‘ଶ୍ରୀମୟୀ-ଏଲିନା’ ବାଣ। ପୁଣି ଥରେ ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ନିଶାନା। ନାଁ ନନେଇ ସୋସିଆଲ୍ ମିଡିଆରେ ଧୋଇଲେ। କ୍ରୀତଦାସ ପାଇଁ ବିଜେଡି କର୍ମୀ ହନ୍ତସନ୍ତ। ଆଗକୁ କାହାର କଣ ହେବ ତାହା ପ୍ରେସ୍ ରିଲିଜରେ ଜାଣିବେ।

author-image
Satyajeet Sahoo
bjd-tension

ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି...୫୧ରୁ ୫୦ ଆଉ ଏବେ ୪୮ ହେଲେ। ଏମିତି କିଛି କହି ଆଜି କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାଶ। ବରଡ଼ା ଉପାଖ୍ୟାନ ଦେଇ ସେ କହିଛନ୍ତି କି, ପୂର୍ବରୁ ୫୧ ଥିଲେ ଏବେ ୫୦ ଏବଂ ଏବେ ୪୮କୁ ଖସିଛନ୍ତି। ଭିକେ ପାଣ୍ଡିଆନଙ୍କ ନାଁ ନନେଇ ବି ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଏଲିନା।

Advertisment

ଫେସବୁକରେ ଲେଖିଥିବା ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି କି, କ୍ରୀତଦାସ ପାଇଁ ଆଜି ଓଡ଼ିଶା ସାରା ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି। ଏବେ ବି ଯଦି, ବିଧାୟକ ମାନେ ଏକ ନହୋଇ କ୍ରୀତଦାସତା କରିବେ ତାହେଲେ ଆଗାମୀ ଦିନରେ କାହାର କଣ ହେବ ତାହା କେବଳ ପ୍ରେସ୍ ରିଲିଜ୍ ଓ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇବେ କହି ସମାଲୋଚନା କରିଛନ୍ତି। ଖାଲି ସେତିକି ନୁହେଁ ବେଳ ଥାଉ ଥାଉ ସବୁ ଏକ ହୁଅନ୍ତୁ ବୋଲି କହି ବିଜେଡିକୁ ଜଗନ୍ନାଥ ହିଁ ଭରସା ବୋଲି ଏଲିନା ଲେଖିଛନ୍ତି।

ଖାଲି ଏଲିନା ନୁହଁନ୍ତି ଶ୍ରୀମୟୀ ବି ନିଜ ଚିରାଚରିତ ଢଙ୍ଗରେ ବିଜେଡିକୁ ପୁଣି ମାଡ଼ ମାରିଛନ୍ତି। ପିଲା ଛୋଟ ଥିବା ବେଳେ ବାପା ତା ସବୁ କଥାରେ ହଁ କୁହେଁ। ଗାଈକୁ ବି ହାତୀ କହିଦିଏ କିନ୍ତୁ ବଡ଼ ହେଲା ପରେ ଯଦି, ବାପା ପିଲାର ମିଛକୁ ସତ କହି ତା ହଁରେ ହଁ କୁହନ୍ତି ତାହେଲେ ଜନେ ହସନ୍ତି ବୋଲି ଲେଖିଛନ୍ତି ଶ୍ରୀମୟୀ। 

Advertisment
BJD BJD Clash Crisis BJD shreemayee mishra Odisha Politics Odisha
Advertisment
Related Articles
Advertisment