Advertisment

ମୂଳ କାରଣକୁ ନ ଖୋଜି ସ୍କୁଲ୍‌ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଉଛି

ଭୁବନେଶ୍ୱର: କ୍ରମାଗତ ବଢ଼ିଚାଲିଛି ଜିରୋ ରେଜଲ୍ଟ କରିଥିବା ଯୁକ୍ତ ଦୁଇ ସ୍କୁଲଗୁଡ଼ିକର ସଂଖ୍ୟା। ପୂର୍ବ ଅପେକ୍ଷା ଏଥର ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିଛି। ସରକାର କହୁଛନ୍ତି ସିସିଟିଭି ଲାଗି ପାସ୍ ହାର କମୁଛି। ହେଲେ ଆଶ୍ଚର୍ଯ୍ୟର କଥା, ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରେଜଲ୍ଟ ଶୂନ୍ ହେଉଛି, ଅଧିକାଂଶ ସ୍ଥାନରେ ପିଲାଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ। ଏଭଳି ଚିନ୍ତାଜନକ ତଥ୍ୟ ପରେ ଚିରାଚରିତ ଢଙ୍ଗରେ ଜବାବ ତଲବ କରିବା ସହ କାର୍ଯ୍ୟାନୁଷ୍ଠାନର […]

ଅଦ୍ୟତନ ହୋଇଛି
ମୂଳ କାରଣକୁ ନ ଖୋଜି ସ୍କୁଲ୍‌ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଉଛି

result

Advertisment

ଭୁବନେଶ୍ୱର: କ୍ରମାଗତ ବଢ଼ିଚାଲିଛି ଜିରୋ ରେଜଲ୍ଟ କରିଥିବା ଯୁକ୍ତ ଦୁଇ ସ୍କୁଲଗୁଡ଼ିକର ସଂଖ୍ୟା। ପୂର୍ବ ଅପେକ୍ଷା ଏଥର ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିଛି। ସରକାର କହୁଛନ୍ତି ସିସିଟିଭି ଲାଗି ପାସ୍ ହାର କମୁଛି। ହେଲେ ଆଶ୍ଚର୍ଯ୍ୟର କଥା, ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରେଜଲ୍ଟ ଶୂନ୍ ହେଉଛି, ଅଧିକାଂଶ ସ୍ଥାନରେ ପିଲାଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ। ଏଭଳି ଚିନ୍ତାଜନକ ତଥ୍ୟ ପରେ ଚିରାଚରିତ ଢଙ୍ଗରେ ଜବାବ ତଲବ କରିବା ସହ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇଛି ଗଣଶିକ୍ଷା ବିଭାଗ। ତେବେ ଖରାପ ପ୍ରଦର୍ଶନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ କାହିଁକି ଚାଲୁ ରଖିଛନ୍ତି ରାଜ୍ୟ ସରକାର ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

୨୦୧୭ରେ ୩ଟି, ୨୦୧୯ରେ ୯ ଆଉ ଏବେ ଅର୍ଥାତ ୨୦୨୦ରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ଶୂନ୍ ହୋଇଛି। ଅର୍ଥାତ ଦୁଇ ଦୁଇ ବର୍ଷ ଧରି ପାଠ ପଢ଼ା ପରେ ବି ଜିରୋ ରେଜଲ୍ଟ।

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ରିଲିଆନ୍ସ ଉଚ୍ଚମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲାଙ୍କ ମଧ୍ୟରୁ ଜଣେ ଫର୍ମ ଫିଲପ୍ କରିଥିଲେ ବି ପରୀକ୍ଷା ଦେଇନଥିଲେ। ଫଳରେ ଜିରୋ ହୋଇଗଲା ବ୍ରିଲିଆନ୍ସ ସ୍କୁଲର ରେଜଲ୍ଟ।

Advertisment

ଏଥିପାଇଁ ସୋ କଜ୍ ମାଗିଛନ୍ତି ରାଜ୍ୟ ସରକାର। କେବଳ ଏହି ସ୍କୁଲ ନୁହେଁ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ମୟୁରଭଞ୍ଜ ଆଦି ଜିଲ୍ଲାରେ ୨ଟି ଲେଖାଏଁ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଗୋଟାଏ ଲେଖାଏଁ ସ୍କୁଲରେ ବିଜ୍ଞାନରେ ଜଣେ ବି ପିଲା ପାସ୍ କରିନାହାଁନ୍ତି।

ଯାହା ଏବେ ଗଣଶିକ୍ଷା ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଏବର୍ଷ କାହିଁକି ଆଡମିଶନ ଅନୁମତି ଏବଂ ବିଜ୍ଞାନ ପାଠ୍ୟକ୍ରମ ରଦ୍ଦ ନହେବ, ସେଥିପାଇଁ ସପ୍ତାହେ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ପନ୍ଦରଟି ଉଚ୍ଚମାଧ୍ୟମିକ ସ୍କୁଲ ମଧ୍ୟରୁ ଅଧିକାଂଶ ହେଉଛି ଗ୍ରାମାଞ୍ଚଳର। ଯେଉଁଠି ନା ଶୈକ୍ଷିକ ପରିବେଶ ଅଛି ନା ଭିତ୍ତିଭୂମି। ସୁନ୍ଦରଗଡ଼ ଜିଲ୍ଲା ଗୋବରାର ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସ୍କୁଲ୍‌ରେ ଏବର୍ଷ ପରୀକ୍ଷା ଦେଇଥିଲେ ୭ ଜଣ ପିଲା। ଆଉ ସମସ୍ତେ ଫେଲ୍ ହେବା ସହ ଜିରୋ ରେଜଲ୍ଟ କରିଛି ଏହି ଶିକ୍ଷାନୁଷ୍ଠାନ।

ନାଁକୁ ସାଇନ୍‌ବୋର୍ଡ ଲାଗିଛି, କିନ୍ତୁ ଭୂତକୋଠି ପାଲଟିଯାଇଛି ସ୍କୁଲ। ଅନାବନା ଗଛଲତା ଘେରିଯିବା ସହ ଭାଙ୍ଗିରୁଜି ଗଲାଣି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଆଜିକୁ ୧୦ରୁ ୧୨ ବର୍ଷ ହେଲା, ହାତଗଣତି ପିଲା ଆସୁଛନ୍ତି, ପରୀକ୍ଷା ଦେଉଛନ୍ତି ଆଉ ଲଗାତର ଫେଲ୍ ପରେ ଫେଲ୍ ହେଉଛନ୍ତି। ଦୁଃଖର କଥା ହେଉଛି, ସରକାରୀ ଅନୁମତି ସହ ଅନୁଦାନ ବି ମିଳୁଛି ଏହି ସ୍କୁଲକୁ। ଏଠି ପ୍ରଶ୍ନ ଉଠୁଛି, ଏଭଳି ଭିତ୍ତିଭୂମି ନଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚାଲିବା ପାଇଁ କାହିଁକି ଅନୁମତି ଦେଉଛନ୍ତି ରାଜ୍ୟ ସରକାର ? କ୍ରମାଗତ ଖରାପ ରେଜଲ୍ଟ କରୁଥିବା ସ୍କୁଲକୁ କେବଳ କରାଣ ଦର୍ଶାଅ କହିଦେଲେ କଣ ବଦଳିଯିବ କି ଶିକ୍ଷା ଭିତ୍ତିଭୂମି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ