ଅଦ୍ୟତନ ହୋଇଛି
shopinf-mall
Advertisment
ଭୁବନେଶ୍ୱର: ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ଅନୁମତି ଦେଲା ଭୁବନେଶ୍ୱର ମହାନଗର ନିଗମ(BMC)। ସପିଂ ମଲ୍ ଖୋଲିବା ନେଇ SOP ଜାରି କରିଛି BMC। ତେବେ ମଲ୍ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଆଦି ଖୋଲିବନି ବୋଲି ନିର୍ଦ୍ଦେଶ ରହିଛି। ଗେମ୍ ଜୋନ/ପିଲାଙ୍କ ପାଇଁ ଖେଳିବା ଏରିଆ ବି ଖୋଲିପାରିବନି ବୋଲି ଏସ୍ଓପିରେ କୁହାଯାଇଛି।
Advertisment
କେବଳ ସେତିକି ନୁହେଁ ସପିଂ ମଲ୍ ଭିତରେ ଥିବା ସିନେମା ହଲ/ଫନ୍ ଜୋନ୍ ଆଦି ବି ବନ୍ଦ ରହିବ। ମଲ୍ ଭିତରେ ସମସ୍ତ ପ୍ରକାର ପ୍ରମୋସନାଲ କାର୍ଯ୍ୟକଳାପକୁ ମଧ୍ୟ ମନା ହୋଇଛି।
ବିଏମ୍ସି ଜାରି କରିଥିବା ଏସ୍ଓପି ଅନୁସାରେ...
- ଷ୍ଟାଫ୍ ଓ ଗ୍ରାହକ ମଲ୍ ଭିତରେ ୬ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବେ।
- ସମସ୍ତଙ୍କ ପାଇଁ ମଲ୍ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।
- ଷ୍ଟାଫ୍ ଓ ଗ୍ରାହକଙ୍କୁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ୍ କରିବାକୁ ପରାମର୍ଶ।
- ଯଦି ସଚେତକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରି ନ ଥାନ୍ତି କରିବାକୁ ପରାମର୍ଶ ଦେଇଛି ବିଏମ୍ସି।
- ସପିଂ ମଲ୍ର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ।
- ଜ୍ୱର କିମ୍ବା ଥଣ୍ଡା ହୋଇଥିଲେ ପ୍ରବେଶ ବାରଣ କରାଯାଇଛି।
- ମାସ୍କ ପିନ୍ଧିଥିଲେ ସପିଂ ମଲ୍ ଭିତରକୁ ଅନୁମତି ମିଳିବ।
- ମଲ୍ ଭିତରେ ମଧ୍ୟ ଠିକ୍ ଭାବେ ମାସ୍କ ପିନ୍ଧିବା ଜରୁରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shopinf-mall_1625485203.jpg)