/odishatv-khabar/media/post_attachments/uploadimage/library/16_9/16_9_0/Untitled-1-58_1626259210.jpg)
Untitled-1
ଭୁବନେଶ୍ଵର: ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ହୋଇଛି। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସବୁ ଦୋକାନ ବନ୍ଦ ହେବ। ଦୋକାନ ବନ୍ଦ କରିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛି ମହାସଂଘ। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା।
ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁବାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଏହା ବୃଦ୍ଧିପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଲୋକେ ସତର୍କ ହେଉ ନାହାନ୍ତି। ବିନା ମାସ୍କରେ ବୁଲୁଥିବା ଏବଂ ଭିଡ କରୁଥିବା ଦେଖିବାକୁ ମିଳିଛି। ସେଥିପାଇଁ ବିଏମ୍ସି ପକ୍ଷରୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ କରାଯାଇଛି । ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତା ରହୁ ନ ଥିବା, ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମ୍ସିର ଡେପୁଟି କମିଶନର ସିଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାପୁଜୀ ନଗରର ଫାଷ୍ଟ ଫୁଡ ସେଣ୍ଟର, ରେଣ୍ଟାଲର ଆମିଷ ବଜାର, ରୁଚିକା ମାର୍କେଟ ଓ ଡମଣାର ଖାଦ୍ୟ ଷ୍ଟଲ, ଭିଭିଏସ୍ ନଗର ମାର୍କେଟ ମଧ୍ୟ ୪୮ ଘଣ୍ଟା ବନ୍ଦ ରଖିବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୪୮ ଘଣ୍ଟିଆ କଟକଣା ପରେ ପରେ ଏହି ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ହେବ। ତେଣୁ ଦୋକାନ ବଜାର ସୋମବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)