Advertisment

ସତ ହେଲା ଲୋକକଥା: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ

ଭଦ୍ରକ: କଥା ଛଳରେ ଆମେ କହୁ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ହେଲେ ଭଦ୍ରକରେ ଏଇ କଥା ଯେମିତି ସତ ହୋଇ ଯାଇଛି। ପାର୍କ ପାଇଁ ପଡ଼ିଆ ସମତୁଲ କରିବାବେଳେ ବାହାରିଛନ୍ତି ମହାଦେବ। ତା‘ ପୁଣି ଦୀପାବଳି ଅମାବାସ୍ୟା ରାତିରେ।  ମାଟିତଳୁ ଶିବଲିଙ୍ଗ ବାହାରିଥିବା ଦେଖି ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଟଣା ଘଟିଛି ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତ ବଳଦିଆ ପଦାରେ। ପାର୍କ ନିର୍ମାଣ ଲାଗି ମାଟି ଖୋଳି ସମତୁଲ କରାଯାଉଥିଲା। ଟ୍ରାକ୍ଟରରେ […]

author-image
Minati Mishra
ଅଦ୍ୟତନ ହୋଇଛି
ସତ ହେଲା ଲୋକକଥା: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ

mahadev-1

ଭଦ୍ରକ: କଥା ଛଳରେ ଆମେ କହୁ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ହେଲେ ଭଦ୍ରକରେ ଏଇ କଥା ଯେମିତି ସତ ହୋଇ ଯାଇଛି। ପାର୍କ ପାଇଁ ପଡ଼ିଆ ସମତୁଲ କରିବାବେଳେ ବାହାରିଛନ୍ତି ମହାଦେବ। ତା‘ ପୁଣି ଦୀପାବଳି ଅମାବାସ୍ୟା ରାତିରେ।  ମାଟିତଳୁ ଶିବଲିଙ୍ଗ ବାହାରିଥିବା ଦେଖି ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Advertisment

publive-image

ଘଟଣା ଘଟିଛି ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତ ବଳଦିଆ ପଦାରେ। ପାର୍କ ନିର୍ମାଣ ଲାଗି ମାଟି ଖୋଳି ସମତୁଲ କରାଯାଉଥିଲା। ଟ୍ରାକ୍ଟରରେ ମାଟି ଖୋଳିବାବେଳେ ପଥରଟି ବାଜିବାରୁ ମୁନ ଭାଙ୍ଗି ଯାଇଥିଲା ଏହାପରେ ମାଟି ଆଡ଼େଇବାରୁ ଶିବଲିଙ୍ଗ ଦେଖା ଯାଇଥିଲା।

ଖବର ଜଣାପଡ଼ିବା ପରେ ଗାଁ ଲୋକେ ଓ ସରପଞ୍ଚ ଏକାଠି ହୋଇଥିଲେ । ଏହି ଘଟଣା ପ୍ରଚାର ହେବା ପରେ ଲୋକ ଭିଡ ଜମିଥିଲା। ସେଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଲୋକେ  ପାତାଳୀ ଲିଙ୍ଗକୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।

Advertisment
Advertisment
Advertisment